Pratidin TV

Odisha's Digital News Platform

ବାବୁସାନ୍ ଓ ପ୍ରକୃତିଙ୍କୁ ଜାରି ହେଲା ଟୋଟିସ୍ : ୭ଜଣଙ୍କ ବୟାନ ରେକର୍ଡ କଲା ପୋଲିସ

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ବାବୁସାନ୍ ସ୍ତ୍ରୀ ତୃପ୍ତି ଓ ପ୍ରକୃତି ମିଶ୍ରଙ୍କ ବିବାଦରେ ଉଭୟ ପଟରୁ ୨ ଟି ମାମଲା ରୁଜ୍ଜୁ ହୋଇଥିଲା । ଗୋଟିଏ ମାମଲା ପ୍ରକୃତିଙ୍କ ବାପା ମନ୍ନଥ ମିଶ୍ର କରିଥିବା ବେଲେ ଆଉ ଏକ ମାମଲା ଅପରାଜିତା ମହାନ୍ତି ଓ ତାଙ୍କ ବୋହୁ ତୃପ୍ତି କରିଥିଲେ । ତେବେ ଏହି ୨ଟି ମାମଲା କୁ ଆଧାର କରି ଆଜି ୭ ଜଣଙ୍କ ବୟାନ ରେକର୍ଡ କରିଛି ଖାରବେଳ ନଗର ଥାନା ପୋଲିସ୍ । ଏନେଇ ବାବୁସାନ୍‌ଙ୍‌କ ସ୍ତ୍ରୀ ତୃପ୍ତିଙ୍କ ଅଭିଯୋଗକୁ ଭିତ୍ତି ଅପରାଜିତା ମହାନ୍ତି,ତୃପ୍ତି,ଲଳିତ ଶତପଥୀ,ମାଡସୀ ସଙ୍ଗୀତା ଓ ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ କରାଯାଇଛି ।

ତେବେ ସେପଟେ ପ୍ରକୃତିଙ୍କ ମା କୃିଷ୍ଣପ୍ରିୟା ମିଶ୍ରଙ୍କ ଅଭିଯୋଗ କ୍ରମେ ମନ୍ନଥ ମିଶ୍ର ଓ କିଷ୍ଣପ୍ରିୟା ଙ୍କ ବୟାନ ରେକର୍ଡ କରାଯାଇଛି । ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନ୍ ଓ ପ୍ରକୃତିଙ୍କୁ ମଧ୍ୟ ନିଜ ବାୟାନ ରଖିବାକୁ ନୋଟିସ୍ ଜାରି କରାଯାଇଛି । ଯେହେତୁ ଦୁହେଁ ଓଡିଶା ବାହରେ ଅଛନ୍ତି ସେ ଆସିବା ସଙ୍ଗେ ସଙ୍ଗେ ହିଁ ନିଜ ବୟାନ ଦେବା ନେଇ ଫୋନ ଦ୍ୱାରା ନୋଟିସ୍ ପଠେଇଛି ପୋଲିସ ।

ଏହା ସହ ବାବୁସାନଙ୍କ ବିରୁଦ୍ଧରେ ୪୯୮(ଇ) ଧାରା ଓ ପ୍ରକୃତିଙ୍କ ବିରୁଦ୍ଦରେ ୫/୬ ଧାରା ବାବୁସାନଙ୍କୁ ଧମକ ଚମକ ଶାରୀରିକ ଓ ମାନସିକ ନିର୍ଜାତନା ଆଧାରରେ , ଏହା ସହ ତୃପ୍ତି ଓ ତାଙ୍କ ବାପା ଳଳିତ ଶତପଥି ଙ୍କ ଉପରେ ଗୁଣ୍ଡା ନେଇ ରାସ୍ତା ଉପରେ ଧମକାଇବା ପାଇଁ ଆଇପିସି ଧାରା ୩୪୧,୨୯୪,୩୨୩,୫/୬,୩୪ ଅନୁଯାୟୀ ସଙ୍ଗୀନ ଅଭିଯୋଗ ସେମାନଙ୍କ ବିରୁଦ୍ଧରେ ଲାଗିଛି । ଏହାସହ ଳଳିତ ଶତ୍‌ପଥି ଯେପରି ବାହାରକୁ ନଯିବେ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କୁ ଯେପରି ପ୍ରଭାବିତ ନକରିପାରିବେ ଏନେଇ ତାଙ୍କୁ ନୋଟିସ୍ କରାଯାଇଛି ପୋଲିସ ପକ୍ଷରୁ ।

Leave a Reply

Your email address will not be published. Required fields are marked *