Pratidin TV

Odisha's Digital News Platform

ପ୍ରାଣୀ ଉଦ୍ୟାନରୁ ସୁଇମିଂ ପୁଲକୁ ପଶି ଆସିଲା କୁମ୍ଭୀର ଛୁଆ, ଲୋକେ ଦେଖି ହେଲେ ଛାନିଆ…

1 min read

ଆପଣ ସୁଇମିଂ ପୁଲରେ ଗାଧୋଉଥିବା ବେଳେ ଯଦି ପାଖକୁ କୁମ୍ଭୀର ଚାଲି ଆସେ ତେବେ ନିଶ୍ଚୟ ଭୟ ଲାଗିବ । କିଛିଦିନ ତଳେ ଆମ ରାଜ୍ୟରେ କୁମ୍ଭୀର ଆତଙ୍କ ଖେଳିଯାଇଥିଲା । କୁମ୍ଭୀର ମୁହଁରେ କିଛି ଲୋକ ପ୍ରାଣ ହରାଇଥିଲେ । ତେବେ କୁମ୍ଭୀର ମାନେ ସାଧାରଣତଃ ନଦୀ ମାନଙ୍କରେ ଦେଖାଯାଆନ୍ତି । କିନ୍ତୁ ସୁଇମିଂ ପୁଲରେ କୁମ୍ଭୀର ବାହାରିବା କଥା ଶୁଣିଲେ ନିହାତି ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ହଁ ଆଜ୍ଞା ସୁଇମିଂ ପୁଲରେ ଦେଖିବାକୁ ମିଳିଛି ଏକ କୁମ୍ଭୀର ଛୁଆ । ମହାରାଷ୍ଟ୍ରର ଦାଦାରର ଏପରି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସେଠାକାର ଲୋକମାନେ ଉତ୍ତେଜନା ସୃଷ୍ଟି କରିଛନ୍ତି । ସୁଇମିଂପୁଲକୁ ଅନେକ ଲୋକ ଆସୁଥିଲେ ସେମାନଙ୍କ ଝିବନ ପ୍ରତି ଭୟ ଥିବା ନେଇ ଉତ୍ତେଜନା ବନ୍ଦ ହେଉନାହିଁ । ଯାହାକୁ ନେଇମ୍ୟୁନିସିପାଲିଟି କର୍ପୋରେସନ୍ ନିକଟସ୍ଥ ପ୍ରାଣୀ ଉଦ୍ୟାନର ପରିଚାଳନାକୁ ନୋଟିସ୍ ଜାରି କରିଛି ।


ସୁଚନା ମୁତାବକ କିଛିଦିନ ପୂର୍ବେ ମହାରାଷ୍ଟ୍ରର ଦାଦରର ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ମହାତ୍ମା ଗାନ୍ଧୀ ସୁଇମିଂ ପୁଲରେ ଲୋକମାନେ ଗାଧୋଇବାକୁ ଆସିଥିବା ବେଳେ ସେଠାରେ ଏକ ଛୋଟ କୁମ୍ଭୀରଟି ପହଁରୁଥିବା ଦେଖିବାକୁ ପାଇଥିଲେ । ଯାହାକୁ ଦେଖି ସେମାନେ ଚକିତ ହେବା ସହ ଭୟଭିତ ମଧ୍ୟ ହୋଇଯାଇଥିଲେ । ପରେ ଏ ସମମ୍ପର୍କରେ ବନବିଭାଗ ଓ ମ୍ୟୁନିସିପାଲିଟି କର୍ପୋରେସନ୍ ଟିମ୍ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରିକୁ ଉଦ୍ଧାର କରିଥିଲେ । କିନ୍ତୁ ଲୋକମାନେ ମ୍ୟୁନିସିପାଲିଟି କର୍ପୋରେସନକୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ତେବେ ଏହି କୁମ୍ଭୀର ଛୁଆଟି ପ୍ରାଣୀ ଉଦ୍ୟାନରୁ ସୁଇମିଂ ପୁଲକୁ ପଳାଇ ଆସିଥିବା କୁହାଯାଇଛି । ଏଭଳି ପରିସ୍ଥିତିରେ ମ୍ୟୁନିସିପାଲିଟି କର୍ପୋରେସନ୍ ମଧ୍ୟ ଏହି ସୁଇମିଂ ପୁଲ୍ ନିକଟରେ ଅବସ୍ଥିତ ପ୍ରାଣୀ ଉଦ୍ୟାନକୁ ଏକ ନୋଟିସ୍ ପ୍ରଦାନ କରିଥିଲା । ଅନ୍ୟପଟେ ପୂର୍ବରୁ ସେଠାରୁ ଏକ ଅଜଗର ଛୁଆ ମଧ୍ୟ ଉଦ୍ଧାର କରାଯାଇଥିଲା । ତେବେ ପ୍ରାଣୀ ଉଦ୍ୟାନରେ ନିର୍ମିତ ବେଆଇନ ବ୍ୟାରିକେଡକୁ ହଟାଇ ଦିଆଯାଇଥିବାରୁ ଏପରି ଖବର ସାମ୍ନାକୁ ଆସୁଥିବା ଜଣାପଡିଛି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ପାଇଁ ବନ ବିଭାଗ ଦଳ ପକ୍ଷରୁ କ୍ରମାଗତ ଭାବରେ ସର୍ଚ୍ଚ ଅପରେସନ୍ ଜାରୀ ରହିଛି ।

Advertisement

Leave a Reply

Your email address will not be published. Required fields are marked *