Pratidin TV

Odisha's Digital News Platform

ଚୀନ ଉପରେ ପ୍ରତିବନ୍ଧକ ଲଗାଇବ ଆମେରିକା ! – ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି

ନୂଆଦିଲ୍ଲୀ : ଚୀନ ଉପରେ ବର୍ଷିଲେ ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି । କହିଲେ ଆମେରିକାର ବଡ ଶତ୍ରୁ ଚୀନ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ବଂଶୋଦ୍ଭବ ନିକ୍କି ହେଲି କହିଛନ୍ତି ଯେ ଚୀନ ହେଉଛି ଆମେରିକାର ସବୁଠାରୁ ଶକ୍ତିଶାଳୀ ଶତ୍ରୁ । ଚୀନ ଭାବୁଛି ଯେ ଆମେରିକୀୟ ଯୁଗ ଅତିବାହିତ ହୋଇଛି, କିନ୍ତୁ ଏହା ଭୁଲ । ଏହା କେବଳ ଆମର ବର୍ତମାନର ନେତାଙ୍କ କାରଣରୁ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

ସେ ରିପବ୍ଲିକାନ ପାର୍ଟିର ବାର୍ଷିକ କାର୍ଯ୍ୟକୁ ସମ୍ବୋଧିତ କରି ଏଭଳି କହିଛନ୍ତି । ସେ ପୁଣି ଥରେ ଆମେରିକାର ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଶତ୍ରୁ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ଦିଆଯାଇଥିବା ପରିମାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡ଼ିବ ବୋଲି କହିଛନ୍ତି । ଚୀନର ସିସିଟିଭି ବେଲୁନ ଘଟଣାକୁ ମନେ ପକାଇ ସେ କହିଛନ୍ତି ଯେ ମୋ ଜୀବନ କାଳ ମଧ୍ୟରେ ଏହା କେବେ ହୋଇ ନ ଥିଲା ଯେ ତୁମେ ଆକାଶକୁ ଦେଖ ଏବଂ ଚାଇନାର ଗୁପ୍ତଚର ବେଲୁନ ତୁମ ଉପରେ ନଜର ରଖିଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତି ଥିଲା । ଆମକୁ ଚୀନକୁ ଏନେଇ ଉତରଦାୟୀ କରିବାକୁ ପଡିବ । ଉହାନ ସହର କରୋନା ଭୂତାଣୁର କେନ୍ଦ୍ର ଥିଲା ଏବଂ ସେଠାରୁ ଏହା ସମଗ୍ର ବିଶ୍ୱରେ ବ୍ୟାପିଗଲା ।

ରାଷ୍ଟ୍ରପତି ଜୋ ବାଇଡେନ ଚୀନ ବିରୋଧରେ କିଛି ପଦକ୍ଷେପ ଗ୍ରହଣ କରୁ ନାହାନ୍ତିି । ଚୀନର କମ୍ପାନୀଗୁଡିକ ୩ଲକ୍ଷ ୮୦ହଜାର ଏକରରୁ ଅଧିକ ଆମେରିକୀୟ ଜମିର ମାଲିକ ଅଟନ୍ତି । ଏଥିମଧ୍ୟରୁ କିଛି ଆମର ସାମରିକ ବେସ ନିକଟରେ ଅବସ୍ଥିତ । ଆମେ ଏସବୁ ପରେ ମଧ୍ୟ କ’ଣ କରୁଛୁ? ଆମେ ଆମ ଦେଶରେ କୌଣସି ଶତ୍ରୁକୁ ଜମି କିଣିବାକୁ ଅନୁମତି ଦେବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *