କତରରେ ୮ପୂର୍ବତନ ଭାରତୀୟ ନୈସୈନିକଙ୍କୁ ଆଶ୍ୱସ୍ତି ; ମିଳିବନି ମୃତ୍ୟୁଦଣ୍ଡ , ଲାଗିଲା ରୋକ୍ …..
1 min readନୂଆଦିଲ୍ଲୀ ; କତରରେ ୮ପୂର୍ବତନ ଭାରତୀୟ ନୈସୈନିକଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ମାମଲାରେ କତରର ସର୍ବୋଚ୍ଚ ଅଦାଲତରେ ଅପିଲ କରାଯାଇଥିଲା । ଶୁଣାଣି ସମୟରେ କୋର୍ଟ ଦଣ୍ଡାଦେଶକୁ କୋହଳ କରିଥିଲେ।
ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ଏହି ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ।ତେବେ ଏହାକୁ ବିରୋଧ କରି ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଭାରତ ସରକାର ଅପିଲ କରିଥିଲେ। ଏହା ଉପରେ ଆଜି ଶୁଣାଣି ହୋଇଛି। କୋର୍ଟ ଏବେ ଏମାନଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇ ଦେଇଛନ୍ତି। ସେପଟେ ପୂର୍ବତନ ନୌସେନା ଅଧିକାରୀମାନଙ୍କ ପରିବାରବର୍ଗ ଆଶା କରୁଛନ୍ତି ଯେ ସେମାନେ ନିଶ୍ଚିତ ଭାବରେ ମୁକ୍ତ ହେବେ।
ଏହି ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି- କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକାର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର ରାଗେଶ।
ସଂକ୍ଷିପ୍ତ ବିବରଣୀ କାହିଁକି ଫସିଛନ୍ତି ୮ନୈସୈନିକ ?
ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ୨୦୨୨ ଅଗଷ୍ଟ ମାସରେ ଭାରତୀୟ ନୌସେନାର ଏହି ୮ ପୂର୍ବତନ ଅଧିକାରୀଙ୍କୁ କତାରର ଗୁଇନ୍ଦା ସଂସ୍ଥା ଗିରଫ କରିଥିଲା। ସେମାନେ କତାରର ଏକ କଂପାନୀରେ କାମ କରୁଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ପ୍ରଥମ ଥର ପାଇଁ ଭାରତୀୟ ଦୂତାବାସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରାୟ ବର୍ଷେ ଧରି ଜେଲରେ ରଖିବା ପରେ ଗତ ମାସରେ ସେମାନଙ୍କୁ କତାରର ଏକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।