Pratidin TV

Odisha's Digital News Platform

ସଜାଗ୍ ନଥିଲା ପ୍ରଶାସନ : ମକରରେ ଘଟିଗଲା ଏଭଳି ଅଘଟଣ, ଦଳାଚକଟାରେ ୨ ମୃତ ୨୦ ଗୁରୁତର ଆହତ ..

1 min read

କଟକ : ଆଜି ମକରସଂକ୍ରାନ୍ତିରେ ଘଟିଯାଇଛି ବଡ ଧରଣର ଅଘଟଣ । କଟକ ଜିଲ୍ଲା ବଡମ୍ବା ଗୋପିନାଥପୁର ଟି-ବିଜ୍ର ଉପରେ ଦଳାଚକଟା । ଆଜି ଅପରାହ୍ନଣରେ ମହ।ନଦୀରୁ ସିଂହନାଥପୀଠ କୁ ସଂଯୋଗ କରୁଥିବା ଏହି ବ୍ରିଜ ଉପରେ ଘଟିଯାଇଛି ଦୁର୍ଘଟଣା । ଲୋକଭିଡ ବଢିବାରୁ ଦଳାଚକଟାରେ ଚାଲିଯାଇଛି ୨ ନିରୀହ ଜୀବନ । ତାସହ ପାଖାପାଖି ୨୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ତୁରନ୍ତ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଆଗକୁ ଆହତ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆକଳନ କରାଯାଉଛି ।

ସୂଚନାଯୋଗ୍ୟ ଯେ ଆଜି ମକର ମେଳା ପାଇଁ ଲକ୍ଷାଧିକ ଲୋକ ଏହି ବ୍ରିଜ୍ ଯୋଗ ସିଂହନାଥ ପୀଠକୁ ଦର୍ଶନ ନିମନ୍ତେ ଆସିଥିଲେ। ସିଂହନାଥ ପୀଠ ନିକଟ ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା।

Advertisement

ମହାନଦୀ ଉପରେ କିଛି ମାସ ତଳେ ଏହି ବ୍ରିଜ୍ ଲୋକାର୍ପିତ ହୋଇଥିଲା। ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଏହି ବ୍ରିଜ୍ ଯୋଗେ ଲୋକଙ୍କୁ ସିଂହନାଥ ପୀଠ ଏବଂ ମେଳା ପଡ଼ିଆରେ ପହଞ୍ଚିବା ସୁଗମ ହୋଇଥିବାରୁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ବ୍ରିଜ୍ର ଗୋଟିଏ ପାର୍ଶ୍ୱରେ ପଦଚଲା ଲୋକେ ଯାଉଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟତ କରୁଥିଲା। ହେଲେ ଆବଶ୍ୟକ ପୁଲିସ ଓ ଟ୍ରାଫିକ୍ ଶୃଙ୍ଖଳା ବ୍ୟବସ୍ଥା ନ ଥିବାରୁ ବ୍ରିଜ୍ ଉପରେ ହଠାତ୍ ଜାମ୍ ହୋଇଯାଇଥିଲା । ଲୋକ ଅଣନିଶ୍ୱାସି ହୋଇଯିବା ସହ ସେଠାରୁ ଶୀଘ୍ର ବାହାରକୁ ବାହରିବା ପାଇଁ ପରସ୍ପର ମଧ୍ୟରେ ସଂଘର୍ଷ କରିଥିଲେ । ତେଣୁ ଲୋକମାନଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଏହି ଦଳାଚକଟାରୁ ବର୍ତ୍ତିବା ପାଇଁ ଜୀବନବିକଳେ କିଛି ଲୋକେ ବ୍ରିଜ୍ ଉପରୁ ତଳକୁ ଡେଇଁ ପଡିଥିଲେ । ଯାହଫଳରେ ସେମାନଙ୍କ ଗୋଡ ହାତ ଭାଙ୍ଗିଯାଇଥିବା ସୂଚନା ମିଳୁଛି । ଦଳାଚକଟା ସମୟରେ ବ୍ରିଜ୍ ଉପରେ ପଖାପାଖି ୫୦ ହଜାରରୁ ଉର୍ଦ୍ଧଲୋକ ଥିବା ଜଣାପଡିଛି । ତେବେ ପ୍ରଶାସନର ଅବହେଳ ଯୋଗୁ ଆଜି ଏପରି ଘଟନା ସାମ୍ନାକୁ ଆସିଛି ।

ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି, ଦଳାଚକଟା କିପରି ଘଟିଲା ସେନେଇ ସେ ଏସ୍ପିଙ୍କ ସହ ଆଲୋଚନା କରୁଛନ୍ତି। ଆହତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ମେଡିକାଲ ଅଫିସ୍ରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ୮ ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି। ତେବେ ମୃତକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି।

Leave a Reply

Your email address will not be published. Required fields are marked *