ବଡମ୍ବା ବନବିଭାଗ ହାଜତ୍ ମୃତ୍ୟୁ ମାମଲା : ରେଞ୍ଜରଙ୍କ ସହ ୫ ବନ କର୍ମଚାରୀଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କଲା ପୋଲିସ..
1 min readଆଠଗଡ : ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ଘଟଣା। ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ , ଫରେଷ୍ଟଗାର୍ଡ ସୁନାଏକ ମାଝି, କୁନା ବେହେରା, ପ୍ରଭାତ ପ୍ରଧାନ ୬ଜଣ ବନ କର୍ମଚାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଆଠଗଡ଼ ଝଊଚଙ ବିଜୟ କୁମାର ବିଶି।
ଗତ ୦୫ ତାରିଖ ଦିନ ରାତିରେ ହାତୀ କୁ ଶିକାର କରିଥିବା ସନ୍ଦେହ କରି ବଡମ୍ବା ସାତଗୋଛିଆ ଗାଁ ର ଧନେଶ୍ଵର ବେହେରାଙ୍କୁ ଏକ ପେଟ୍ରୋଲ ପମ୍ପ ନିକଟରୁ ଉଠାଇଆଣି ତିଗିରିଆ ୱାଚ୍ ଟାୱାର ଠାରେ ପଚରା ଉଚରା କରିବା ବେଳେ ମାଡ ମାରି ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବଡମ୍ବା ଥାନା ରେ ହୋଇଥିଲା ଅଭିଯୋଗ। ଉକ୍ତ ଘଟଣା ରେ ଦୁଇଦିନ ହେବ ପୋଲିସ ୧୪ଜଣ ବନ ବିଭାଗ ଅଧିକାରୀ ଙ୍କୁ ଆଠଗଡ଼ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା।
ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ୬ ଜଣ ବନ କର୍ମଚାରୀଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି।