Pratidin TV

Odisha's Digital News Platform

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ସେମିରେ ଭାରତର ଲକ୍ଷ୍ୟ ସେନ, ଅଲିମ୍ପିକ୍ସ ଇତିହାସରେ ଏହା ପ୍ରଥମ ଭାରତୀୟ

1 min read

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଇତିହାସ ରଚିଛନ୍ତି ଭାରତର ଲକ୍ଷ୍ୟ ସେନ । ସେ ଚାଇନିଜ୍ ତାଇପେର ଚାଉ ଟିଏନ୍ ଚେନଙ୍କୁ ୧୯-୨୧, ୨୧-୧୫, ୨୧-୧୨ରେ ପରାସ୍ତ କରିଛନ୍ତି। ଅଲିମ୍ପିକ୍ସର ୧୨୮ବର୍ଷର ଇତିହାସରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିବାରେ ଲକ୍ଷ୍ୟ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ଏବେ ଲକ୍ଷ୍ୟ ପଦକ ହାସଲ କରିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି।

ଅଲିମ୍ପିକ୍ସର ସପ୍ତମ ଦିନରେ ଭାରତ ପାଇଁ ଆସିଛି ଖୁସି ଖବର। ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ବ୍ୟାଡମିଣ୍ଟର ଖେଳାଳୀ ଲକ୍ଷ୍ୟ ସେନ। ଚୀନକୁ ହରାଇ ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ସେମିରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ। ଚୀନର ଚାଇନିଜ ତାଇପେ’ର ଚୌ ଡିଏନଙ୍କୁ ୩-୦ରେ ହରାଇଛନ୍ତି ଲକ୍ଷ୍ୟ।

Advertisement

ଭାରତର ପ୍ରଥମ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାବେ ସେ ସେମି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ କଶ୍ୟପ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲ ଯାଏ ଯାଇ ପାରିଥିଲେ। ହେଲେ ଲକ୍ଷ୍ୟ ସେନ କ୍ୱାର୍ଟର ଫାଇନାଲରେ ଚମତ୍କାର ବିଜୟ ହାସଲ କରି ନିଜକୁ ପଦକ ଦୌଡ଼ରେ ସାମିଲ କରିପାରିଛନ୍ତି।

Leave a Reply

Your email address will not be published. Required fields are marked *