Pratidin TV

Odisha's Digital News Platform

ବ୍ୟାଡମିଣ୍ଟନ ଖେଳୁ ଖେଳୁ ହୋଇଗଲେ ଆଇଏଏସ୍ ଅଫିସର ..

1 min read

ଦିନେ ବ୍ୟାଡମିଣ୍ଟନ ଖେଳି ଦେଶପାଇଁ ଗୌରବ ଆଣିଥିଲେ । ଆଜି ୟୁପିଏସସିରେ ମଧ୍ୟ ବାଜି ମାରିନେଇଛନ୍ତି । ବ୍ୟାଡମିଣ୍ଟନ ଷ୍ଟାରରୁ ପାଲଟିବେ ପ୍ରଶାସନିକ ସେବା ଅଧିାକାରୀ । ବ୍ୟାଡମିଣ୍ଟନ ଖେଳାଳି ତଥା ଉତ୍ତରାଖଣ୍ଡର ପୂର୍ବ ଡିଜିପି ଅଶୋକ କୁମାରଙ୍କ ଝିଅ କୁହୁ ଗର୍ଗ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

୧୭୮ ରାଙ୍କ ହାସଲ କରିଛନ୍ତି କୁହୁ । ବ୍ୟାଡମିଣ୍ଟନ ଖେଳରେ ପାରଦର୍ଶୀତା ଦେଖାଇବା ଥିବା କୁହୁ ସେଣ୍ଟ ଜୋସେଫ ଡେରାଡୁନୁରୁ ସ୍କୁଲିଂ ସରିବା ପରେ ଦିଲ୍ଲୀ ଏସଆରସିସି କଲେଜରୁ ଗ୍ରାଜୁଏସନ୍ ଶେଷ କରି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କୁହୁ ବ୍ୟାଡ଼ମିଣ୍ଟନ ଖେଳିବା ସହ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ତେବେ ଏହି ଶୃଙ୍ଖଳିତ ଜୀବନଶୈଳୀ ତାଙ୍କୁ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ କରାଇବାରେ ସଫଳତା ଦେଇଥିବା ସେ କହିଛନ୍ତି ।

Advertisement

କୁହୁ ଗର୍ଗଙ୍କ ବାପା ଅଶୋକ କୁମାର ୨୦୨୦-୨୩ ଯାଏଁ ଉତ୍ତରାଖଣ୍ଡର ଡିଜିପି ଭାବେ ଦାୟିତ୍ୱରେ ଥିଲେ । ସେପଟେ କୁହୁଙ୍କ ମା’ ଅଳକନନ୍ଦା ଜଣେ ପ୍ରଫେସର ଅଟନ୍ତି । ସେ ଅଶୋକ ପନ୍ତ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । କୁହୁଙ୍କର ଦୁଇ ଭାଇ ଅଛନ୍ତି । ପ୍ରକାଶ ଥାଉ କି, ବ୍ୟାଡମିଣ୍ଟନ ଖେଳରେ କୁହୁ ୫୬ଟି ଅଲଇଣ୍ଡିଆ ମେଡାଲ୍ , ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ କୁହୁ ୩୪ତମ ସ୍ଥାନରେ ଥିବାବେଳେ ଦେଶରେ ମିକ୍ସଡ୍ ଡବଲ୍ସରେ ସେ ୧ ନମ୍ବର ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *