Pratidin TV

Odisha's Digital News Platform

ମୃଣାଳଙ୍କ ପରେ ପାକିସ୍ତାନ ଅଭିନେତ୍ରୀଙ୍କ ସହ ବାଦସାହାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା…

1 min read

ହାନିଆ ଅମିର ଓ ବାଦସାହାଙ୍କ ସମ୍ପର୍କକୁ ନେଇ ଜୋର ଧରିଲା ଚର୍ଚ୍ଚା । କିଛିଦିନ ପୂର୍ବରୁ ମୃଣାଳ ଠାକୁରଙ୍କ ସହ ବାଦଶାହାଙ୍କ ନାମକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ତାଙ୍କ ସହ ଯୋଡା ହୋଇଛି ପାକିସ୍ତାନ ଅଭିନେତ୍ରୀ ହାନିଆ ଆମିରଙ୍କ ନାମ । ଭାରତରେ ହାନିଆ ଆମିରଙ୍କର ଲୋକପ୍ରିୟତା କିଛି କମ୍ ନୁହେଁ । ଲୋକମାନେ ହାନିଆକୁ ବଲିଉଡ ଫିଲ୍ମରେ ଦେଖିବାକୁ ଆଗ୍ରହୀ । କିଛି ସମୟ ପୂର୍ବରୁ ହାନିଆ ମଧ୍ୟ ଶାହରୁଖ ଖାନଙ୍କ ପ୍ରସିଦ୍ଧ ଦସ୍ତଖତ ପୋଜ୍ ପାଇଁ ସମ୍ବାଦରେ ଥିଲେ । ବର୍ତ୍ତମାନ ରାପର ବାଦଶାହଙ୍କ ସହ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ନିକଟରେ ହାନିଆ ଆମୀର ଏବଂ ବାଦଶାହଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଯାହାପରେ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ବିଷୟରେ ଚର୍ଚ୍ଚା କରାଯାଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ହାନିଆ ଆମିର ଏବଂ ବାଦଶାହ ଏକାଠି ମିଶି ସପିଂ ଏବଂ କଫି ଡେଟରେ ଯାଇଥିଲେ । ଯାହାର କିଛି ଫଟୋ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଫଟୋରେ ହାନିଆ ଏବଂ ବାଦଶାହ ଏକାଠି କଫି ପିଇଥିବାର ନଜର ଆସିଥିଲେ । ପ୍ରଶଂସକ ମାନେ ହାନିଆ ଏବଂ ବାଦଶାହଙ୍କୁ ଏକାଠି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କୁହାଯାଇଛି ଯେ ହାନିଆ ଆମୀରଙ୍କ ନାମ ପାକିସ୍ତାନୀ କ୍ରିକେଟର ବାବର ଆଜାମଙ୍କ ସହ କିଛି ସମୟ ପାଇଁ ଜଡିତ ଥିଲା । ତଥାପି, ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ଏହା ଉପରେ କୈାଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

Advertisement

Leave a Reply

Your email address will not be published. Required fields are marked *