Pratidin TV

Odisha's Digital News Platform

ମ୍ୟୁଜିକ୍ ଇଣ୍ଡ୍ରିଷ୍ଟରୁ ବ୍ରେକ୍ ନେଉଛନ୍ତି କି ‘ବାଦଶାହା ’! ଇଷ୍ଟା ଷ୍ଟୋରୀରେ ଲେଖିଲେ ଏଭଳି କିଛି ..

1 min read

ନୂଆଦିଲ୍ଲୀ : ୧୯୮୫ ମସିହା ନଭେମ୍ବର ୧୯ ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଲୋକପ୍ରିୟ ଗାୟକ ବାଦଶାହା । କ’ଣ ଆପଣ ମାନେ ଜାଣିଛନ୍ତି କି ଏହି ଚର୍ଚ୍ଚିତ ଗାୟକଙ୍କ ପୁରାନାମ ‘ଆଦିତ୍ୟ ପ୍ରତିକ ସିଂହ ଶିଶୋଦିଆ’ । ୨୦୦୬ ରେ ନିଜର ର‌୍ୟାପିଙ୍ଗ ଟ୍ୟାଲେଣ୍ଟକୁ ନେଇ ସେ ବଲିଉଡରେ ଏଣ୍ଟ୍ରିକରିଥିଲେ । ତେବେ ସେ ସମୟରେ ର‌୍ୟାପ୍ ସଙ୍ଗ୍ ଗୁଡିକର ଏତେ ପ୍ରାଧାନ୍ୟତା ନଥିବା ବେଳେ ବର୍ତ୍ତମାନର ଯୁବ ପିଢି ଏହିସବୁ ଗୀତକୁ ଖୁବ୍ ପସନ୍ଦ କରୁଛନ୍ତି ।

ଆଜିକାଲି ଦେଶ ବିଦେଶରେ ମଧ୍ୟ ବାଦଶାହଙ୍କ ଗୀତର ବେଶ୍ ଚ୍‌ର୍ଚା । ତାଙ୍କର କାଲା ଚଶମା,ଡିଜେ ବାଲେ ବାବୁ,ଗେନ୍ଦା ଫୁଲ୍ ,ଲେଟସ୍ ନାଚୋ,ଅକଡ୍ ବକଡ୍‌,ଗରମି,ମିର୍ଚି,କର ଗେଇ ଚୁଲ୍‌,ମେନୁ ତୁ ଲେଜା କିଥେ ଦୁର୍‌,ପାନି ପାନି,ବଚପନ୍ କା ପ୍ୟାର୍‌,ଅଭି ତୋ ପାର୍ଟି ସୁରୁ ହୁଇହେ ଏପରି ଅନେକ୍ ହିଟ୍ ଗୀତ ଗୁଡିକ ଖାଲି ଭାରତରେ କାହିଁକି ଅନ୍ୟ ଦେଶମାନଙ୍କରେ ମଧ୍ୟ ବେଶ୍ ପ୍ରସଂସା ସାଉଟିଛି । କୌଣସି ବାହାଘର ହେଉ କିମ୍ବା ପାର୍ଟି ହେଉ କି ଗାଁ ଗହଳିର ଭସାଣୀ ବାଦଶାହଙ୍କ ଗୀତ ବିନା ସେଥିରେ ଯମା ମଜା ଆସେନି ।

Advertisement

ତେବେ ନିକଟରେ ବାଦଶାହା ନିଜ ସୋସିଆଲ ମିଡିଆ ପୋଷ୍ଟରେ ଏଭଳି କିଛି ପୋଷ୍ଠ ସ୍ୟାୟାର କରିଥିଲେ । ଯାହା ତାଙ୍କ ପ୍ରଶଂସକ ମାନଙ୍କ ମନକୁ ବ୍ୟାଘତ କରିପାରେ । ବୋଧେ ଆଉ ଶୁଣିବାକୁ ମିଳିବନି ବାଦଶାହଙ୍କ ସେହି ର‌୍ୟାପିଙ୍ଗ ସଙ୍ଗ୍ ଗୁଡିକ । କିଛି ଦିନ ପାଇଁ ସେ ସଙ୍ଗୀତରୁ ବିରତି ନେଇପାରନ୍ତି ବୋଲି ଏବେ ସବୁଠି ଚର୍ଚ୍ଚା ଚାଲିଛି । ଞଇକଋ ଇ ଈଜଋଇକ ଲେଖି ନିଜ ଇଷ୍ଟା ଷ୍ଟୋରିରେ ପୋଷ୍ଟ କରିଛନ୍ତି ସେ । ଇଣ୍ଡଷ୍ଟ୍ରିରୁ ୧୬ ବର୍ଷ ପରେ ବାଦଶାହ ହଠାତ୍ ନିଖୋଜ ହେବା ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ତେବେ ସେ କେତେ ଦିନ ବା କେତେ ବର୍ଷ ପାଇଁ ସଙ୍ଗୀତ ଜଗତରୁ ବିରତି ନେଉଛନ୍ତି ତାହା ଏଯାଁଏ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

Leave a Reply

Your email address will not be published. Required fields are marked *