ନାଳକୁ ଫିଙ୍ଗାଯାଉଛି ବସ୍ତା ବସ୍ତା ଅର୍ପଣ ଚାଉଳ ।
1 min readପୁରୀ ; ବୁଧୁବାର ସକାଳ ସମୟରେ ଗୋପ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟେ ୪୦୭ ଗାଡିରେ ଏକାଧିକ କ୍ୟୁଣ୍ଟାଲ ଚାଉଳକୁ ଗାଡିରେ ଲେବର ମାନେ ନାଳ କୁ ଫିଙ୍ଗୁଥିବା ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ବଡ଼ ବିଚିତ୍ର ଘଟଣା ଯେଉଁଠି ଲୋକେ ସକାଳ ସନ୍ଧ୍ୟା ରେ ଦୁଇ ମୁଠା ଅର୍ଣ୍ଣ ଠିକ ସେ ମିଳୁନଥିବାବେଳେ ଗୋପ ରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଚାଉଳ ବସ୍ତା କୁ ନାଳ କୁ ଫିଙ୍ଗାଯାଉ ଥିବା ଭିଡିଓ ମିଳିଛି ।
ଏମିତି ଏକ ଘଟଣାଟି ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଗୋପ ପଞ୍ଚାୟତ ର ବାୟାକୁଦା ବ୍ରାଞ୍ଚ କେନାଲ ବ୍ରିଜ ଉପରେ ଏକ ୪୦୭ ଗାଡି କୁ ଛିଡ଼ାକରି ବସ୍ତା ବସ୍ତା ଚାଉଳକୁ ନାଳକୁ ଫିଙ୍ଗୁଥିବାର ଦୃଶ୍ୟ ଦେଖି ଲୋକେ ଆଚମ୍ବିତ ହୋଇଥିଲେ । ଭିଡିଓ ଉତ୍ତଳନକାରୀ ଚାଉଳକୁ ନାଳକୁ ଫିଙ୍ଗିବାର କାରଣ ସମ୍ପର୍କ ରେ ଯଦିଓ ବୁଝିବାକୁ ଚେଷ୍ଟା କରିଥିଲେ କିନ୍ତୁ ସନ୍ତୋଷ ଜନକ ଉତ୍ତର ମିଳିନଥିଲା । ଏ ସମ୍ପର୍କ ରେ ଆମ ଗୋପ ବ୍ଲକ ପ୍ରତିନିଧି ଗୋପ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ।
ଆଉ ଚାଉଳ ସମ୍ପର୍କ ରେ ଅଧିକାରୀଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ କିନ୍ତୁ ଅଧିକାରୀ ଙ୍କ କହିବା ମୁତାବକ ସେ ଚାଉଳ ଆମର ନୁହେଁ ବୋଲି ମନା କରିଦେଇଥିଲେ । କିନ୍ତୁ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରାଗଲେ ସଠିକ ତଥ୍ୟ ଲୋକ ଲୋଚନକୁ ଆସିପାରନ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଗାଡିର ନମ୍ବର ଓ ଯେଉଁ ବ୍ୟକ୍ତି ମାନେ ଉକ୍ତ ଗାଡ଼ିରେ ଲେବର ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଯଦି ତଦନ୍ତ ପରିସର ଭୁକ୍ତ କରାଯିବ ଏ ଚାଉଳ ବାସ୍ତବରେ କାହାର ?
କିଛି ବ୍ୟକ୍ତି ବିଶେଷଙ୍କ ମତରେ ଏ ଚାଉଳ ସବୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅର୍ପଣ ଚାଉଳ ହୋଇଥାଇ ପାରେ ବୋଲି ସାଧାରଣରେ ଶୁଣିବାକୁ ମିଳୁଛି । ସେ ଯାହା ବି ହୋଇଥାଉ ଜଗନ୍ନାଥ ଙ୍କ ପାଇଁ ଅର୍ପଣ ଚାଉଳ ହୋଇଥିଲେ ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କ ମନରେ ଘୋର ଉଦବେଗ ପ୍ରକାଶ ପାଉଛି । ଏଣୁ ସଚେତନ ନାଗରିକ ମଞ୍ଚ ଗୋପ ଶାଖା ପକ୍ଷରୁ ଦାବୀ ହେଉଛି କୀ ଚାଉଳ ଗୁଡାକୁ କାହିଁକି ନାଳରେ ଫିଙ୍ଗା ଗଲା ତାର ସଠିକ ରୂପେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପୋଲିସ ର ସହାୟତା ରେ ତଦନ୍ତ ପ୍ରକ୍ରିୟା କରାଗଲେ ସମସ୍ତ ତଥ୍ୟ ଲୋକ ଲୋଚନକୁ ଆସିପାରନ୍ତ ଆଉ ତାହା କେଉଁ ଚାଉଳ ସ୍ପଷ୍ଟ ଜଣାପଡନ୍ତା ।