ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲେ ବାଗେଶ୍ୱର ବାବା ଧୀରେନ୍ଦ୍ର ଶାସ୍ତ୍ରୀ , କାନ୍ଦି କାନ୍ଦି ତଳେ ଗଡିଲେ ଭକ୍ତ ….
1 min readଭୁବନେଶ୍ୱର ; ରବିବାର ବାଗେଶ୍ୱର ଧାମର ବହୁ ଚର୍ଚ୍ଚିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତେବେ ହଠାତ୍ ବାବାଙ୍କୁ ଏୟାରପୋର୍ଟରେ ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ । କେହି କେହି ଭକ୍ତ କାନ୍ଧି କାନ୍ଧି ତଳେ ଗଡିଯାଇଥିଲେ ତ କେହି ପୁଣି ଭକ୍ତିରେ ବିଭୋର ହୋଇ ନାଚିବାକୁ ଲାଗିଥିଲେ । ମିଳିଥିବା ସୂଚନା ଅନୁଯାୟୀ ବାଗେଶ୍ୱର ବାବା ପୁରୀ ଶ୍ରୀମନ୍ଦିରକୁ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଆସିଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଡକାଇଛନ୍ତି ବୋଲି ବାବା କହିଛନ୍ତି । ଆଉ ଯେତେବେଳେ ଭକ୍ତଗଣ ବାବାଙ୍କୁ ଆର୍ଶୀବାଦ ମାଗିଥିଲେ ସେତେବେଳେ ବାବା ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ ଓଡିଶା ଲୋକ ବହୁ ଭଗ୍ୟଶାଳୀ ଅଟନ୍ତି । ଜଗନ୍ନାଥ ଧାମରେ ସେମାନଙ୍କର ଜନ୍ମ । ଯାହାଙ୍କ ପାଖରେ ଜଗନ୍ନାଥ ଅଛନ୍ତି ସେ ଅନାଥ କେଉଁଠୁ ହେବେ ? ଶେଷରେ ସେ ଏତିକି କହିଥିଲେ ଯେ ‘ପ୍ରଭୁକି ରଶି ଥାମେ ସବ୍କି ହାଥ ଲେକିନ୍ ସବ୍କି ରଶି ଥାମେ ଜଗନ୍ନାଥ’ । ଜୟ ଜଗନ୍ନାଥ କହି ଶେଷରେ ପୁରୀ ନିମନ୍ତେ ବାହାରିଥିଲେ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ।