Pratidin TV

Odisha's Digital News Platform

ଡରିଲେ ପିଲା , ଭାଙ୍ଗିଲା ବାହାନଗା ସ୍କୁଲ ଘର ..

ଭୁବନେଶ୍ୱର : ଭାଙ୍ଗିଲା ବାହାନଗା ସ୍କୁଲ ଘର । ବାହାନଗାର ଭୟଙ୍କର ଦୁର୍ଘଟଣାରେ ଶହ ଶହ ମୃତକଙ୍କୁ ବାହାନଗା ସ୍କୁଲ ଘରେ ରଖାଯାଇଥିଲା । ଆଗକୁ ରଜପରେ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମନରେ ସ୍କୁଲକୁ ନେଇ ଏକ ଭୟ ରହିଥିବା ଦେଖାଯାଇଛି । ତା ସହ ଗ୍ରାମବାସୀମାନେ ମଧ୍ୟ ନିଜ ଛୁଆଙ୍କୁ ସେଠାକୁ ପଢିବାକୁ ଛାଡିବାକୁ କୁଣ୍ଠା ଦେଖାଇଥିଲେ । ଏନେଇ ସରକାର ଓ ଜିଲ୍ଲା ପ୍ରଶାସନ ସ୍କୁଲ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା । ଆଜି ସକାଳେ ପରିଚାଳନା କମିଟି ଉପସ୍ଥିତିରେ ସ୍କୁଲ ଘର ଭଙ୍ଗାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ବାହାନଗା ହାଇସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ବାହାନଗା ସ୍କୁଲର ପ୍ରଧ୍ୟାନଶିକ୍ଷୟିତ୍ରୀ କହିଛନ୍ତି ଯେ, ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିଲା। ଆମେ ସ୍କୁଲ ଘର ଭାଙ୍ଗିବାକୁ ଦାବି କରିଥିଲୁ। ଆମର ଦାବି ପୂରଣ କରାଯାଇଛି।

Leave a Reply

Your email address will not be published. Required fields are marked *