ବାହାନଗା ଦୁର୍ଘଟଣା : ସବୁ ଧର୍ମର ମୃତକଙ୍କ ଆତ୍ମା ଶାନ୍ତିପାଇଁ ବାହାନଗା ବାସୀ ଜାଳିବେ ୫ ହଜାର ଦ୍ୱୀପ
1 min readବାହନଗା : ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲା ୧୦ ଦିନ । ଆଜି ଶହ ଶହ ଅଜଣା ମୃତକଙ୍କ ପାଇଁ ଦଶାହ ପାଳୁଛନ୍ତି ବାହାନଗା ବାସୀ । ସେଇ କାଳ ଶୁକ୍ରବାରର କରାଳ ଦୃଶ୍ୟକୁ ଯିଏ ନିଜ ଆଖିରେ ଦେଖିଛି ସେ କେବେ ବି ନିଜ ମନରୁ ପାସୋରି ପାରିବନାହିଁ । ଯେଉଁମାନେ ଘଟଣା ସ୍ଥଳରେ ଥିଲେ କେବଳ ସେମାନେ ହିଁ ବଖାଣି ପାରିବେ ସେଇ ଲୋମହର୍ଷଣକାରୀ ଦୃଶ୍ୟକୁ ।
ତେବେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହ ଶହ ଲୋକ ମାନଙ୍କର ଶେଷକୃତ୍ୟ ଏଯାଏଁ ହୋପାରିନି । କାହାର ପର୍ତ୍ତା ମିଳୁନି ତ କାହାର ଘରଲୋକଙ୍କ ଶବ ନାହିଁ । ଆଉ କାହା ପୁଅର ଶବକୁ କିଏ ନେଇ ଗଲାଣିତ କେଉଁ ଶବର ମୁଣ୍ଡନାହିଁ । ଏଭଳି ଅପମୃତ୍ୟୁର ଶୀକାର ହୋଇଥିବା ଲୋକମାନଙ୍କ ଆତ୍ମର ଶାନ୍ତି ପାଇଁ ବାହନଗା ବାସୀ ଓ ବାଲେଶ୍ୱରର ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଆଜି ହିନ୍ଦୁ ରିତୀନୀତି ଅନୁଯାୟୀ ଦଶାହ ପାଳନ କରିଛନ୍ତି ।
ସମସ୍ତେ ସ୍ୱଇଛାରେ ଲଣ୍ଡାହୋଇ ସେଇ ଶହ ଶହ ଶବ ମାନଙ୍କ ପାଇଁ ଆଜି ଶୁଦ୍ଧିକର୍ମର ଆୟୋଜନ କରିଛନ୍ତି । ରାତିରେ ମାଲହାଣ୍ଡିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସହ ଗତକାଲି ୧୧ ରେ ୫ ହଜାର ୮ଟି ଦ୍ୱୀପ ଜାଳି ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୩ ଧର୍ମର ଲୋକ ଯଥା –ହିନ୍ଦୁ , ମୁସଲିମ୍ ଓ ଖ୍ରୀଷ୍ଟିଆନଙ୍କ ଆତ୍ମଶାନ୍ତି ନିମନ୍ତେ ପ୍ରାର୍ଥନା କରିବେ ବାହାନଗା ବାସୀ । ଏସବୁ ସହ ଖ୍ରୀଷ୍ଟିଆନଙ୍କ ଧର୍ମଗୁରୁ ଓ ମୁସଲମାନମାନଙ୍କ ଧର୍ମଗୁରୁଙ୍କୁ ଡକାଇ ସେମାନଙ୍କ ଧର୍ମ ଅନୁ୍ଯାୟୀ ରିତୀନିତୀ କରାଯିବ ବୋଲି ସଂଗଠନର ମୁଖ୍ୟ ସରତ ରାଜ୍ କହିଛନ୍ତି ।