ନିଲାମ୍ ପରେ ବାହନଗାରୁ ଉଠୁଛି ଟ୍ରେନ୍ ବଗି …
1 min readବାଲେଶ୍ୱର ; ସେଇ କରାଳ ରାତିର ଛାତିଥରା ଦୃଶ୍ୟକୁ ପୁଣୀ ଥରେ ତାଜା ହୋଇଉଠିଛି । ଦୀର୍ଘ ୫ ମାସ ପରେ ନିଲାମ ହେଉଛି ବହାନଗା ଭୟଙ୍କର ଦୁର୍ଘଟଣାର ରେଳ ବଗିଗୁଡିକ । ପଶ୍ଚିମବଙ୍ଗର ଏକ କମ୍ପାନୀ ପକ୍ଷରୁ ଭଗ୍ନ ରେଳଡବା ଉଠାଇବା କାମ ଆରମ୍ଭ କରିଛି ।
ମାସକ ମଧ୍ୟରେ କ୍ଷତିଗ୍ରସ୍ତ ରେଳ ଡବା ଗୁଡିକୁ ଉଠାଇନେବା ସହିତ କମ୍ପାନୀ ପକ୍ଷରୁ ସ୍କ୍ରାପିଂ କରାଯିବ । ଏନେଇ ଆଜିଠୁ ବାହାନଗାରେ ନିଲାମ ନେଇଥିବା କମ୍ପାନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅସ୍ଥାୟୀ କ୍ୟାମ୍ପ ମିର୍ନାଣ କରି ସେଠାରେ କାମ ଆରମ୍ଭ କରିଦେଇଛନ୍ତି । ଧିରେ ଧିରେ ସ୍କ୍ରାପ କରାଯାଇ ସେଠାରୁ ବଗିଗୁଡିକୁ ହଟାଯିବ ବୋଲି କହିଛନ୍ତି କମ୍ପାନୀର କର୍ମଚାରୀମାନେ । ଏହି ବଗି ହଟା କାମ ପାଇଁ ନିହାତି ୧ ମାସରୁ ଉର୍ଦ୍ଧ ସମୟ ଲାଗିବ ବୋଲି କହିଛନ୍ତି କମ୍ପାନୀର କତ୍ତୃପକ୍ଷ । ଏହି କମ୍ପାନୀ ଦୁର୍ଘଟଣା ଗ୍ରସ୍ତ ୩ ଟି ଟ୍ରେନର ମୋଟ ୨୨ଟି ବଗିକୁ ସ୍କ୍ରାପି (କଟାଯିବ)କରିବ ।
ଏହା ମଧ୍ୟ ପଢନ୍ତୁ-https://www.pratidintv.com/a-woman-jumped-from-the-train-with-her-two-children/
ଗତ ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗା ଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା ଯାହା ପୁରା ଦେଶବାସୀଙ୍କୁ ଦୋହଲାଇ ଦେଇଥିଲା । ଘଟଣାଟି ଏତେ ଭୟଙ୍କର ଥିଲା ଯେ ଉଦ୍ôଧାରକାରୀ ଦଳ ମାନେ ମୃତଶରୀର ଗୁଡିକୁ ଉଦ୍ଧାର କରିସାରିବା ପରେ ନିଜେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ଦୁର୍ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ଶହରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଅନେକ ଶବ ଚିହ୍ନଟ ହୋଇ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିବା ବେଳେ ଆଉ ୨୮ଟି ଶବ ଚିହ୍ନଟ ହୋଇପାରିନଥିଲା । ଯାହାଫଳରେ ଗତ କିଛିଦିନ ପୂର୍ବେ ଚିହ୍ନଟ ହୋଇପାରିନଥିବା ଶବକୁ ପ୍ରଶାସନ ଦାହ କରିଥିଲା