Pratidin TV

Odisha's Digital News Platform

(ଭିଡିଓ) ଏଇ ଷ୍ଟେସନ୍ ମାଷ୍ଟର ରୁମ୍‌ରେ ହୋଇଥିଲା ସବୁ ଭୁଲ୍ ! ଯାହା ପାଇଁ ଘଟିଥିଲା ବାହାନଗାରେ ଭୟଙ୍କର ଦୁର୍ଘଟଣା…

1 min read

ବାଲେଶ୍ୱର : ଜୁନ୍ ୨ ଥିଲା ବାରତବାସୀଙ୍କ ପାଇଁ ସେଇ କାଳର ଦିନ ଯେଉଁଦିନ ନିଜ ଆଖି ସାମ୍ନାରେ ନିଜର ମାନଙ୍କୁ ଛଟପଟ ହୋଇ ମରୁଥିବା ଦେଖିଥିଲେ ଲୋକ । ବାହାନଗାର ଭୟଙ୍କର ଦୁର୍ଘଟଣା ବଦଳାଇଦେଇଛି ଶହ ଶହ ଲୋକଙ୍କ ଜୀବନର ମୋଡ ।

ବାହନଗା ଠାରେ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇ ବେଙ୍ଗାଲୁର-ହାଉଡା ଏକ୍ସପ୍ରେସ୍ ସହ ପିଟି ହୋଇ ଓଲଟିଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଯେଉଁଥିରେ ଆଖି ସାମ୍ନାରେ ଚାଲିଯାଇଥିଲା ଶହ ଶହ ଲୋକଙ୍କ ଜୀବନ । ତେବେ ଇଂଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Advertisement

ନିୟମ ଅନୁ୍‌ଯାୟୀ ଲୁପ ଲାଇନ ଖୋଲା ଥିଲେ ରେଡ ଅବା ୟୋଲୋ ସିଗନାଲ ସହ ଲୁନାର ଲାଇଟ୍ ଜଳେ । ଫଳରେ ଟ୍ରେନର ଗତି କମାଇ ନିୟନ୍ତ୍ରଣ ଭିତରେ ଅନ୍ୟ ଟ୍ରାକକୁ ଯାଏ । ଲୁପଲାଇନରେ ଟ୍ରେନ ଯିବାର ଥିଲେ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଯାଇଥାନ୍ତା । କିନ୍ତୁ ସେଦିନ କରମଣ୍ଡଳ ଏକ୍ସପ୍ରେସର ବେଗ ୧୩୦ ଥିଲା । ଯାହା ଫଳରେ ୧ ନମ୍ବର ପ୍ଲାଟଫର୍ମରେ ଧାମରା ଯିବାକୁ ଥିବା ମାଲବାହୀ ଟ୍ରେନ୍ ୩ ନମ୍ବର ପ୍ଲାଟଫର୍ମରେ ଆସୁଥିବା ବେଙ୍ଗାଲୁର-ହାଉଡା ଏକ୍ସପ୍ରେସ୍ ଏବଂ ୪ନମ୍ବର ପ୍ଲାଟଫର୍ମରେ ଖଡ଼ଗପୁର ଅଭିମୁଖେ ଯିବାକୁ ଥିବା ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ।
ଯଦି ସଠିକ୍ ସମୟରେ ଷ୍ଟେସନ ମାଷ୍ଟର ନିଜର ଠିକ୍ ସିଗନାଲ ଦେଇଥାନ୍ତେ ତେବେ ଆଜି ଏଭଳି ପରିସ୍ଥିତି ସମ୍ମୁଖୀନ କରିନଥାନ୍ତେ ଓଡିଶା ତଥ୍ୟ ଅନ୍ୟ ରାଜ୍ୟବାସୀ ।

Leave a Reply

Your email address will not be published. Required fields are marked *