Pratidin TV

Odisha's Digital News Platform

ଆଜି ଘରକୁ ଫେରିବେ ବାହାନଗାର ଶେଷ ପୀଡିତା , ଭୟଙ୍କର ଦୁର୍ଘଟଣାରେ ଗୋଡ ହରାଇ ମଧ୍ୟ ମାନିନଥିଲେ ହାର୍ ….

1 min read

ବାହାନଗା ; ବହାନଗା ରେଳ ଦୁର୍ଘଟଣା । ଆଜି SCB ରୁ ଫେରିବେ ବିହାର କଟୋରିଆ ଅଞ୍ଚଳର ଶେଷ ଆହତ ବଜରଙ୍ଗୀ ଠାକୁର । ଦୀର୍ଘ ୫ମାସ ହେବ ଝଉଈ ରେ ଚିକିତ୍ସା ହେବାପରେ ଆଜି ଘରକୁ ଫେରୁଛନ୍ତି । ବଜରଙ୍ଗୀ ବାଙ୍ଗାଲୋର ରେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ । ଦୁର୍ଘଟଣା ରେ ବଜରଙ୍ଗୀ ବାମଗୋଡ଼ ହରାଇଥିବା ବେଳେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ବିଭାଗ ରେ କୁତ୍ରିମ ଗୋଡ଼ ଲଗାଯାଇଛି ।

ଗତ ଜୁନ ୨ ତାରିଖରେ ଘଟିଥିବା ବହାନଗା ରେଳ ଦୁର୍ଘଟଣା ସମଗ୍ର ଦେଶବାସୀ ଙ୍କୁ ଥରାଇ ଦେଇଥିଲା । ଯଶୋବନ୍ତପୁର ହ।ଓରା ଏକ୍ସପ୍ରେସରେ ବଜରଙ୍ଗୀ ଯାତ୍ରା କରୁଥିଲେ । ସେ ଜେନେରାଲ ବଗି ଫାଟକ ନିକଟରେ ଶୋଇଥିବା ସମୟରେ ଏହି ଭୟଙ୍କର ଦୁର୍ଘଟନା ଘଟିଥିଲା । ଯାହାକୁ ସେ ଜାଣିପାରିନଥିଲେ । ଚେତା ଫେରିବାବେଳକୁ SCB ରେ ଦୁଇଦିନ ବିତିଯାଇଥିଲା । ଦେହସାରା ଖଣ୍ଡିଆ ହୋଇଥିବା ବେଳେ ବାମ ଗୋଡ଼ କଟା ସାରିଥିଲା ।

କୁତ୍ରିମ ଗୋଡ଼ ଲଗାଇବା ପାଇଁ ବଜରଙ୍ଗୀ ଙ୍କ ଜଙ୍ଘ ପାଖରୁ ମାପ ନିଆଯାଇଥିଲା । SCB ମେଡିକାଲ ରେ ରେଳ ଦୁର୍ଘଟଣା ପ୍ରାୟ ୨୦୮ଜଣ ଭର୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ଚିକିତ୍ସା ଅବସ୍ଥାରେ ପ୍ରାଣ ହରାଇଥିବା ବେଳେ ଅନ୍ୟମାନ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Leave a Reply

Your email address will not be published. Required fields are marked *