Pratidin TV

Odisha's Digital News Platform

ବାହାନଗା ଟ୍ରେନ ଟ୍ରାଜେଡି ; BMC ଜାରିକଲା ଟୋଲ୍ ଫ୍ରି ନମ୍ବର , ଫୋନ କରି ଜାଣନ୍ତୁ ମୃତକଙ୍କ ସଂପର୍କରେ …

1 min read

ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡି । ମୃତକଙ୍କ ପରିବାରର ସହାୟତା ପାଇଁ ଟୋଲଫ୍ରି ନମ୍ବର ଜାରିକଲା ବିଏମସି । ଆଜି ଭୁବନେଶ୍ୱରରେ ପହଞ୍ଚିଥିବା ୧୭୦ ରୁ ଉର୍ଦ୍ଧ ମୃତକଙ୍କ ପରିଚୟ ଜାଣିବା ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି ଟୋଲଫ୍ରି ନମ୍ବର । ୧୯୨୯(ଓଡିଶା) ୧୮୦୦୩୪୫୦୦୬୧(ବାହାର ରାଜ୍ୟ )ଟୋଲଫ୍ରି ହେଲପ୍ ଲାଇନ୍ ନମ୍ବରରେ କଲ୍ କରି ବର୍ତ୍ତମାନ ମୃତକଙ୍କ ବିଷୟରେ ସୂଚନା ପାଇପାରିବେ ତାଙ୍କ ପରିବାର ।

ତାସହ ମୃତଦେହକୁ ଯଥାଶ୍ରୀଘ୍ର ଚିହ୍ନଟ ପାଇଁ ତଳେ ଦିଆଯାଇଥିବା ୩ ଟି ୱେବସାଇଟ୍‌ରେ ମୃତଦେହର ଫଟୋଗୁଡିକୁ ଅପଲୋଡ୍ କରାଯାଇଛି । ତେବେ ସରକାର ଏହି ୱେବସାଇଟ୍‌ଟିକୁ ଛୋଟ ଶିଶୁଙ୍କୁ ବାରଣ କରିଛି ।
-https://srcodisha.nic.in
-https://www.bmc.gov.in
-https://www.osdma.org

Leave a Reply

Your email address will not be published. Required fields are marked *