Pratidin TV

Odisha's Digital News Platform

ବାହାନଗା ରେଳ ଦୁର୍ଘଟଣା : କାର୍ଯ୍ୟରୁ ନିଲମ୍ବିତ ହେଲେ ୭ କର୍ମଚାରୀ ….

1 min read

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଜି ରେଳ ବିଭାଗର ୭ ଜଣ କର୍ମଚାରିଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଛନ୍ତି। ଏହି ୭ କର୍ମଚରୀଙ୍କ କାର୍ଯ୍ୟ ଅବହେଳା ଯୋଗୁ ଆଜି ନିଜ ପରିବାରକୁ ହରାଇଛନ୍ତି ହଜାର ହଜାର ଲୋକ । ସେଦିନ ବାହାନଗାରେ ବୋହିଥିଲା ରକ୍ତର ନଦୀ । ସାରା ଦେଶର ଛାତିକୁ ଦୋହଲାଇ ଦେଇଥିଲା ବାହନଗା ଟ୍ରାଜେଡି । ତଦନ୍ତ ପରେ ସମୃକ୍ତ ମାମଲା ସାମ୍ନାକୁ ଆସିଛି । କିଛି କର୍ମଚାରୀଙ୍କ କାର୍ଯ୍ୟ ଅବହେଲା ଯୋଗୁ ଜୁନ୍ ୨ ତାରିଖରେ ଏଭଳି ସ୍ଥିତି ଉପୁଜିଥିଲା ।

ତେବେ ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ ଷ୍ଟାଫ୍ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନରଙ୍କ ଭୂମିକା ମଧ୍ୟ ରହିଛି। ସେଥିପାଇଁ ସେମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଏହି କର୍ମଚାରୀମାନେ ସତର୍କ ହୋଇଯାଇଥିଲେ ଦୁର୍ଘଟଣାକୁ ଟାଳି ହୋଇଥା’ନ୍ତା। ତେଣୁ କାର୍ଯ୍ୟରେ ଅବହେଳା କରିଥିବା ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି।

ଖବର ଅନୁଯାୟୀ ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଗିରଫ ହୋଇଥିବା ୩ ରେଳ କର୍ମଚାରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ପୁଣି ଥରେ ରିମାଣ୍ଡରେ ନେଇଛି।

Leave a Reply

Your email address will not be published. Required fields are marked *