Pratidin TV

Odisha's Digital News Platform

ସରପଞ୍ଚଙ୍କ ବାବୁଙ୍କ ଦାଦାଗିରୀ ; ଅଭିଯୋଗ ଆଣିଲେ ପଞ୍ଚାୟତବାସୀ…

1 min read

କୋରାପୁଟ୍ : ଆଜି ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଞ୍ଚାୟତବାସୀ ମାନେ ସରପଞ୍ଚ ଆର.ରହିତ କୁମାର ଏବଂ ତାଙ୍କ ପରିବାର ବିରୋଧରେ ଥାନାରେ ଦ୍ୱାରସ୍ତ ହୋଇଛନ୍ତି । ସ୍ଥାନୀୟ ବାସୀଙ୍କ ଧନ ଜୀବନ ସୁରକ୍ଷା ନିମନ୍ତେ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଦାବି ପତ୍ର ଦେଇଛନ୍ତି ।

ଦଶମନ୍ତପୁର ପଞ୍ଚାୟତ ବାସୀ, ସମାଜ ସେବି ଏମ ଅଶୋକ କୁମାରଙ୍କୁ ଜୀବନରେ ମାରିବା ନିମନ୍ତେ ଧମକ ଓ ପରେ ଜୟପୁର କେନାଲ ରାସ୍ତାରେ ମରଣାତ୍ମକ ଆକ୍ରମଣ କରି ହାତ ଗୋଡ ଭାଙ୍ଗି ଫିଙ୍ଗିଦେଇ ଥିଲେ ବୋଲି ଅଭିଯୋଗ କରି ବୈପାରୀଗୁଡାଥାନାରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହି ଘଟଣା ପ୍ରକୃତ କାରଣ ହେଲା ଦଶମନ୍ତପୁର ପଞ୍ଚାୟତର ସରପଞ୍ଚ ଆର୍.ରୋହିତ କୁମାର ଆନ୍ଧ୍ର ପ୍ରଦେଶ ସାଲୁର୍ ଅଞ୍ଚଳର ଅଟନ୍ତି ଏବଂ ସେ ଚଞ୍ଚକତା କରି ଆଦିବାସୀ ଜାତି ଗତ ପ୍ରମାଣପତ୍ର ମାଧ୍ୟମରେ ସରପଞ୍ଚ ଭାବେ ରହିଛନ୍ତି । ଏଣୁ ଶ୍ରୀ ଏମ୍.ଅଶୋକ କୁମାର ସହ ପଞ୍ଚାୟତ ବାସି ପ୍ରକୃତ ଜାତିଗତ ତଥ୍ୟ ପ୍ରକାଶ କରୁଥିବା ହେତୁ ଗତ ୨୩. ୫. ୨୦୨୩ ରିଖ ଦିନ ତାଙ୍କୁ ଆକ୍ରମଣ କରିଥିଲେ । ଦଶମନ୍ତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲିମାପୁଟ ଗ୍ରାମର ସମାଜସେବୀ ଶ୍ରୀ ଏମ୍. ଅଶୋକ କୁମାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବର୍ତ୍ତମାନ ସେ ଗୁରୁତର ଭାବେ ବିଶାଖପାଟଣା ବୋଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Advertisement

ଏହି ଘଟଣା ଘଟାଇ ଆର୍.ରୋହିତ କୁମାର ତାଙ୍କ ପରିବାର ସଦସ୍ୟ ବୃନ୍ଦ ବିଭିନ୍ନ ମାଧ୍ୟମରେ ଏମ୍.ଅଶୋକ କୁମାରଙ୍କ ସହଯୋଗୀଙ୍କୁ ଧମକ ଦେବା ସହ ତାଙ୍କ ବିରୋଧରେ ଏବଂ ତାଙ୍କ ଜାତିଗତ ପ୍ରମାଣପତ୍ରକୁ ଯେଉଁମାନେ ବିରୋଧ କରୁଛନ୍ତି ତାଙ୍କୁ ଧମକ ଦେଉଛନ୍ତି ବୋଲି ପଞ୍ଚାୟତ ବାସୀ ଅଭିଯୋଗ ଆଣିଛନ୍ତି । ଆଜି ବୈପାରୀଗୁଡା ତହସିଲଦାରଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ଦଶମନ୍ତପୁର ପଞ୍ଚାୟତର ସରପଞ୍ଚ ଆର. ରହିତ କୁମାରଙ୍କ ଜାତୀଗତ ପ୍ରମାଣ ପତ୍ରକୁ ଯାଞ୍ଚ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ । ତେବେ ଦେଖିବା ବାକି ରହିଲା କେତେ ଶ୍ରୀଘ୍ର ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉଛି ।

Leave a Reply

Your email address will not be published. Required fields are marked *