Pratidin TV

Odisha's Digital News Platform

ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର, ଦୁଃଖରେ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ

ବଡ ଠାକୁର ପଡିଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ବଡ ଠାକୁର ବଳଭଦ୍ର କିଭଳି ପଡିଗଲେ ଏଥିରେ ରହିଥିଲା କି ସେବାୟତଙ୍କ ତ୍ରୁଟି? କିମ୍ବା ଏଥିରେ ସ୍ୱୟଂ ପ୍ରଭୁଙ୍କର ଥିଲା ଦିବ୍ୟ ଇଚ୍ଛା, ଯାହା ସତର୍କ କରିଦେଇଛନ୍ତି ଆସୁଥିବା ବଡ ବିପତ୍ତି ପାଇଁ |

ତେବେ ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ଆଡ଼ପ ପହଣ୍ଡି ବେଳେ ଖସି ପଡିଛନ୍ତି ବଡ ଠାକୁର | ଚାର ମାଳ ଉପରେ ହାମୁଡ଼ି ପଡିଛନ୍ତି ବଡ ଠାକୁର | ପହଣ୍ଡି ବିଜେ ନୀତି ସମୟରେ ଚାର ମାଳ ଉପରୁ ଆଗକୁ ଝୁଙ୍କି ପଡ଼ିଥିଲେ ବଡ ଠାକୁର | ଫଳରେ ସେବାୟତମାନେ ମଧ୍ୟ ରଥ ତଳକୁ ଖସି ପଡ଼ିଥିଲେ। ୭ରୁ ଅଧିକ ସେବାୟତ ଆହତ ହୋଇଥିବା ଜଣାପଡ଼ିଛି। ଯାହା ଚିତ୍ରଣରୁ ଜଣ ପଡୁଛି ବଡ ଠାକୁରଙ୍କୁ ପଛରୁ ସେବାୟତମାନେ ଭଲ ଭାବରେ ଧରି ନଥିଲେ |

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପୁରୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ରହି ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି |

Leave a Reply

Your email address will not be published. Required fields are marked *