ଖସି ପଡିଲେ ବଡ଼ ଠାକୁର,ମାଳିକା କହୁଛି ମାଡ଼ି ଆସୁଛି ବଡ଼ ବିପଦ
1 min readମାଳିକା ଲିଖନ ହେଲା ସତ | ଆଗକୁ ଆସୁଛି ମହାବିପଦ | ଯାହାର ସଙ୍କେତ ଦେଇଛନ୍ତି ଜଗତର ନାଥ ଜଗନ୍ନାଥ | ମାଳିକାରେ ଲେଖାଯାଇଥିବା ପ୍ରତ୍ୟକଟି ଧାଡି ଏବଂ ପ୍ରତ୍ୟକଟି ସ୍କନ୍ଧ ଏବେ ନେଉଛି ଜୀବନ୍ତ ରୂପ | ଏଥିପାଇଁ ତ୍ରୟୋଦଶ ଶତାବ୍ଦୀ ପୂର୍ବରୁ ଆରମ୍ଭ ହୋଇଥିବା ରଥଯାତ୍ରାରେ ଯେଉଁ ବିଘ୍ନ ଘଟିନଥିଲା ତାହା ଚଳିତ ବର୍ଷ ରଥଯାତ୍ରାରେ ଘଟିଗଲା |
ବଡ ଠାକୁର ପହଣ୍ଡି ବିଜେ ସମୟରେ ରଥରୁ ଖସିପଡିବା ଘଟଣା ଏବେ ରାଜ୍ୟରେ ବଡ ଅଘଟଣାକୁ ଆବାହନ କରିଛି | କିନ୍ତୁ ରଥଯାତ୍ରାରେ ଏଭଳି ବଡ ଅଘଟଣ ଘଟିବା ପୂର୍ବରୁ ମାଳିକାରେ ଲେଖା ହୋଇସାରିଛି | କେବଳ ଏତିକି ନୁହେଁ ଏହାର ପୂର୍ବ ପ୍ରତିକାର ବିଷୟରେ ମଧ୍ୟ କୁହାଯାଇଥିଲା କେମିତି ସୁରକ୍ଷିତ ଭାବେ ଜଗା ଏବଂ ବଳିଆ ପହଣ୍ଡି ହେବ ଏବଂ କିଭଳି ସେବାୟତମାନେ ଜଗା ଓ ବଳିଆଙ୍କୁ ସୁରକ୍ଷା ଦେବେ ତାହା ବିଷୟରେ ମାଳିକାରେ ଲେଖା ସରିଛି |
ବର୍ତ୍ତମାନ ବଡ ଠାକୁର ବଳଭଦ୍ର ରଥରୁ ଖସିବା ଏବଂ ଏହି ଘଟଣା ଦ୍ୱାରା ସେବାୟତ ଆହତ ହେବ ଜଗନ୍ନାଥ ଶ୍ରଦ୍ଧାଳୁ ମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି | ମାଳିକାରେ ଲେଖା ହୋଇଥିଲା,
ମୁରବୈରିଣ ଏତସ୍ୟ ଜଗଦୀଶସ୍ୟ ଭୂପତଃ । ଭଦ୍ରାୟାଶ୍ଚ ବଳସ୍ୟାପି ପ୍ରମାଦାତ୍ ପତନଂ ଯଦି ॥ ୪୩ ||
ମହାଭୟଂ ନୃପସ୍ୟାପି ରାଜ୍ୟସ୍ୟାପି ଭବେଦ୍ଧବମ୍ । ଦୁର୍ଭିକ୍ଷାଂ ମରଣଂ ଚୈବ ଜାୟତେ ଚ ପୁନଃ ପୁନଃ || ୪୪ ||
ଯାହାର ଅର୍ଥ ହେଉଛି, ଅସାବଧାନତା ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡିଯାଆନ୍ତି ତେବେ ରାଜାଙ୍କର ଏବଂ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡିବ। ମହାମାରୀ ବାରମ୍ବାର ହେବ |
ତେବେ ଗତକାଲି ବଳଭଦ୍ର ରଥରେ ପଡିବା ଏହି ମାଳିକା ଲିଖନକୁ ସତ ବୋଲି ପ୍ରମାଣିତ କରୁଛି | ତେବେ ସାବଧାନତାର ସହିତ ବଡ ଠାକୁର ଏବଂ ଜଗନ୍ନାଥଙ୍କୁ ପହଣ୍ଡି କରିବାକୁ କୁହାଯାଇଥିଲା | ଏପରିକି ସେବକ ମାନଙ୍କ ମଧ୍ୟରେ ଯେଉଁମାନେ ବଳୁଆ ଲୋକ ସେମାନଙ୍କୁ ଜଗନ୍ନାଥଙ୍କ ଉଭୟ ପାର୍ଶ୍ୱରେ ଯତ୍ନ ପୂର୍ବକ ନିଯୁକ୍ତି କରିବା କଥା କୁହାଯାଇଥିଲା | ହେଲେ ରଥଯାତ୍ରାରେ ବଡ ବିଘ୍ନ ଘଟିଛି | ରଥ ଉପରେ ଆବଶ୍ୟକରୁ ଅଧିକ ସେବାୟତଙ୍କ ଗୋଡ ଖସିଯିବା କାରଣରୁ ରଥରୁ ଖସି ପଡ଼ିଥିଲେ ବଡ ଠାକୁର | ଏହାସହ ବଡ ଠାକୁରଙ୍କ ୨ ପାର୍ଶ୍ୱରେ ନଥିଲେ ବଳୁଆ ସେବାୟତ |
ତେବେ ମାଳିକାରେ ଏହା ମଧ୍ୟ କୁହାଯାଇଛି ଯଦି ଠାକୁର ପଡିଯାନ୍ତି ତେବେ ରାଜ୍ୟରେ ରାଣୀଙ୍କର ମୃତ୍ୟୁ ଘଟିବ | ତେଣୁ ବିଷ୍ଣୁଙ୍କ ପ୍ରତି ଉଦେଶ୍ୟରେ ଶାନ୍ତି ବିଧାନ କରାହେବ | ବ୍ରାହ୍ମଣମାନଙ୍କ ଦ୍ୱାରା ମୂଳ ମନ୍ତ୍ର ୧ ଲକ୍ଷ ବାର ଜପ କରାଯିବ | ଏହାସହ ୧ଲକ୍ଷ ଗର୍ଭୟଘୃତରେ ଆହୁତି ଦେଇ ହୋମ କରାଯିବ |