Pratidin TV

Odisha's Digital News Platform

ଆଡ଼ପ ପହଣ୍ଡିରେ କାହିଁକି ଘଟିଲା ଅଘଟଣ ? ସବୁ ଖୋଲି କହିଦେଲେ ମୁଖ୍ୟବାଡ଼ଗ୍ରାହି..

1 min read

କାହିଁକି ବଡ଼ ଠାକୁର କୋପ କଲେ ? କେଉଁଠି ହେଲା ଭୁଲ୍‌ ? ଆଖି ଯାହା ଦେଖିନଥିଲା ତାହା ଘଟିଲା । କାହିଁକି ଏପରି ଅଘଟଣ ଘଟିଲା ? ଏମିତି ଅନେକ ପ୍ରଶ୍ନ ଭିତରେ ମୁଁହ ଖୋଲିଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ।  ସେ କହିଛନ୍ତି ଏହାର ମୁଖ୍ୟ କାରଣ ହେଉଛି ସେବାୟତଙ୍କ ବେପୁରୁଆ ମନଭାବ । ଏହାସହ   ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ହୋଇଥିବା ସେ ଖୁଲାସା କରିଛନ୍ତି । ଭୋକ ଉପାସରେ ଶ୍ରୀଜିଉଙ୍କୁ ରଥ ଉପରକୁ ପହଣ୍ଡି ବିଜେ କରାଯାଇଛି ବୋଲି ସେ କହିବା ସହ ଶ୍ରୀମନ୍ଦିର ପରିଚାଳନା କମିଟିର ମନୋମୁଖୀ କାର୍ଯ୍ୟକୁ ମଧ୍ୟ ସେ ଦାୟୀ କରିଛନ୍ତି ।

ବାଡଗ୍ରାହୀଙ୍କ କହିବା ଅନୁଯାୟୀ, ଗୋଟିଏ ଦିନରେ ଗୁଣ୍ଡିଚା ଓ ନେତ୍ରୋତ୍ସବ ନୀତି କରାଯାଇପାରିବ ନାହିଁ । ଏଥିପାଇଁ ସେବକମାନେ ନୀତି କାନ୍ତିରେ ଅବହେଳା କରିଛନ୍ତି । ଯାହାଦ୍ବାରା ଠାକୁରଙ୍କ ନବଯୌବନ ନୀତିକାନ୍ତିରେ ମହାବିଭ୍ରାଟ ହୋଇଛି । ଏହା ସହିତ ଠାକୁର ଅଣସର ଘରେ ଥିବାବେଳେ ଆଜ୍ଞାମାଳ କେମିତି ରଥକୁ ଗଲା ବୋଲି ତାହା ପ୍ରଶ୍ନ କରିଛନ୍ତି ବାଡଗ୍ରାହୀ । ଏହାସହିତ ମହାପ୍ରଭୁଙ୍କୁ ନା ନେତ୍ର ଦିଆଯାଇଥିଲା, ନା ଖାଇବାକୁ ଦିଆଯାଇଥିଲା, ଭୋକ ଉପାସରେ ମହାପ୍ରଭୁ ଯାତ୍ରା କରିଥିବାରୁ ଏଭଳି ଅଘଟଣ ଘଟିଛି ବୋଲି କହିଛନ୍ତି ବାଡଗ୍ରାହୀ । ଅନ୍ୟପଟେ ଅଣସେବାୟତ ଓ ରଥ ଉପରେ ମୋବାଇଲ ଫୋନକୁ ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ବାଡଗ୍ରାହୀ । ଏନେଇ ବାଡଗ୍ରାହୀ କହିଛନ୍ତି, କିଛି ସେବାୟତ ଯାହାଙ୍କର ପହଣ୍ଡିରେ କୌଣସି କାମ ନ ଥିଲା ସେମାନେ ପହଣ୍ଡିରେ ପଶି ଗହଳି ସୃଷ୍ଟି କରିଥିବାରୁ ଏଭଳି ଅଘଟଣ ଘଟିଲା । ମୋବାଇଲ ମାନିଆ ଓ ସେବାୟତଙ୍କ ଖାମଖିଆଲି କାମ ଏସବୁ କିଛି ପାଇଁ ଦାୟୀ ବୋଲି ସେ କହିଛନ୍ତି । ଯାହାର ପରିଣାମ ଶ୍ରୀଗୁଣ୍ଡିଚା ଦିନ ଦେଖାଦେଲା ।

Advertisement

Leave a Reply

Your email address will not be published. Required fields are marked *