ପହଣ୍ଡି ଅଘଟଣ ; ମୁହଁ ଖୋଲିଲେ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ , ଫିଟାଇଦେଲେ ବଡ ଗୁମର ….
1 min readଚଳିତ ରଥ ଯାତ୍ରାରେ ବଡ ଠାକୁରଙ୍କ ନୀତିରେ ବଡ ବିଭ୍ରାଟ । ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର ଖୋଲିଦେଲେ ବଡ ଗୁମର । କାହିଁକି ସେଦିନ ପୁରୀରେ ଘଟିଗଲା ଏତେ ବଡ ଅଘଟଣ । ଭୋକଉପାସରେ ବଡ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଥିଲା ଯେଉଁଥିପାଇଁ ଘଟିଗଲା ବଡ ଅଘଟଣ । ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ବର୍ଷବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି ବୋଲି କହିଛନ୍ତି ହଳଧର ।
ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଭଳି ବଡ଼ ଅଘଟଣ ପରେ ଏଭଳି କହିଛନ୍ତି ହଳଧର ଦାସମହାପାତ୍ର। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି।
ଅଣସର ଘରେ ଠାକୁରଙ୍କ ସେନାପଟା ଲାଗି ହୋଇଛି । ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି । ତା ଛଡା ଠାକୁରଙ୍କୁ ଓପାସରେ ରଖି ସେଦିନ ପହଣ୍ଡି କରାଯାଇଥିଲା । ପ୍ରତିପଦା ବଦଳରେ ଦ୍ୱିତୀୟାରେ ନେତ୍ରୋତ୍ସବ କରାଯାଇଛି । ଏହା ଛଡା ରଥରେ ଅଣସେବାୟତ ମାନେ ଜୋରଜବରଦସ୍ତି ପସୁଛନ୍ତି । ଆଉ ସେବାୟତ ମାନେ ରଥ ଉପରେ ରିଲ୍ସ କରିବା ଫଟୋ ଉଠାଇବା ଏସବୁ ବ୍ୟସ୍ତ ରହୁଛନ୍ତି ଯାହାଦ୍ୱାରା ବଡ ଠାକୁରଙ୍କ ସହ ଏତେ ବଡ ବିଭ୍ରାଟ ଘଟିଯାଇଥିଲା