Pratidin TV

Odisha's Digital News Platform

ଟାଟା ମ୍ଯାଜିକକୁ ଧକ୍କା ଦେଇ ପାନ ଦୋକାନ ଉପରକୁ ମାଡିଗଲା କୋଇଲା ବୋଝେଇ ଟ୍ରକ

ଭାରସାମ୍ଯ ହରାଇ ଟାଟା ମ୍ଯାଜିକକୁ ଧକ୍କା ଦେଇ ପାନ ଦୋକାନ ଉପରକୁ ମାଡିଗଲା କୋଇଲା ବୋଝେଇ ଟ୍ରକ |ଏହି ଦୁର୍ଘଟଣାରେ ଦୋକାନୀ ଗୁରୁତର ହୋଇଥିଲେ | ଏହି ଦୁର୍ଘଟଣା ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬0 ନମ୍ବର ଜାତୀୟ ରାଜପଥର ଗୁଡିଖାଳ ଛକ ନିକଟରେ ଘଟିଛି |

ସୂଚନା ଅନୁଯାୟୀ ତେନ୍ତୁଳିଆ ଗ୍ରାମର ରବିନ୍ଦ୍ର ହାତୀଙ୍କ ଗୁଡିଖାଳ ଛକ ନିକଟରେ ଜାତୀୟ ରାଜପଥ ପାର୍ଶ୍ବ ରେ ଏକ ପାନ ଦୋକାନ ରହିଛି, ଗତକାଲି ଦୋକାନ ବନ୍ଦ କରି ରବିନ୍ଦ୍ର ଭିତରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ଯ ହରାଇ ପ୍ରଥମେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟାଟା ମ୍ଯାଜିକ କୁ ଧକ୍କା ଦେଇଥିଲା | ଏହା ପରେ ଟ୍ରକଟି ଦୋକାନ ଉପରକୁ ମାଡିଯିବା ପରେ ଉଭୟ ଟ୍ରକ ଏବଂ ଟାଟା ମ୍ଯାଜିକ ୨0 ଫୁଟ ତଳକୁ ନୟନ ଜୋଡିକୁ ଖସିପଡିଥିଲା | ଗୁରୁତର ଅବସ୍ଥାରେ ଦୋକାନୀ ରବିନ୍ଦ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରଥମେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଇଥିଲେ | ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରକରାଯାଇଥିଲା | ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *