ଗାଡିରେ ଆସବାବ ପତ୍ର ଭିତରୁ ମିଳିଲା ଗଞ୍ଜେଇ : ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍ କଲା ବଲାଙ୍ଗୀର ପୋଲିସ …
1 min read
ବଲାଙ୍ଗୀର : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ବଲାଙ୍ଗୀର ପୋଲିସକୁ ମିଳିଛି ବଡ ସଫଳତା । ଏକ ବୋଲେରୋ ପିକଅଫ ଗାଡିରେ ବଡ ବଡ ବାକ୍ସରେ ୪ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଇଥିଲା । ବାକ୍ସ ଭିତରେ ଗଞ୍ଜେଇ ଭର୍ତ୍ତୀ ହୋଇ ଥିବାବେଳେ ବାହାରେ ଘର ଆସବାବପତ୍ର ରହିଥିଲା । ବାହାରୁ ଦେଖିଲେ ଘର ସମାଗ୍ରୀ ଯାଉଥିବା ଦେଖାଦେଉଛି କିନ୍ତୁ ଭିତରେ ୧୬ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ଗଞ୍ଜେଇ ରହିଥିଲା ।
ରାୟଗଡରୁ ବଲାଙ୍ଗୀର ଦେଇ ଛତିଶଗଡର ରାଇଘରକୁ ଚାଲାଣ ହେଉଥିଲା ଗଞ୍ଜେଇ । ପୋଲିସ ଆଖିରେ ଧୂଳି ଦେବା ପାଇଁ ଘରୋଇ ଆସବାପତ୍ର ଭିତରେ ଭର୍ତ୍ତି ହୋଇ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିଲା । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ରାସ୍ତା ବିଜାଖମନ ପେଟ୍ରୋଲ ପମ୍ପ ନିକଟରୁ ପିକଅପ ଗାଡି ନମ୍ବର ଉଏ ୧୩ଇ ଖ ୩୯୪୭ କୁ ଧରିଛି ବଲାଙ୍ଗୀର ସଦର ପୋଲିସ । ଗଞ୍ଜେଇ ଚାଲାଣ କରୁଥିବା ଓମ ପ୍ରକାଶ ଛାବା ନାମକ ଜଣେ ପଞ୍ଜାବୀ ବ୍ୟକ୍ତିକୁ ଗିରଫ କରାଯାଇଛି ଓ ପୂର୍ବରୁ ଅନେକ୍ ଥର ବଲାଙ୍ଗୀର ଦେଇ ଗଞ୍ଜେଇ ଚାଲାଣ କରିଥିବା କହିଛନ୍ତି ଓମପ୍ରକାଶ । ବଲାଙ୍ଗୀର ସଦରଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କୁ ଖବର ଆସିଥିଲା ଏହି ନଂ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି ଓ ଫଳରେ ବଲାଙ୍ଗୀର ଟିଟିଲାଗଡ ରାସ୍ତା ରିଦ୍ଧିସିଦ୍ଧି ହୋଟେଲ ଠାରେ ଛକି ରହିଥିଲା ପୋଲିସ ।
ଗାଡି ଚେକିଂ ସମୟରେ ବୋଲେରୋ ଗାଡି ଭିତରେ ୩ଟି ବଡ ବଡ ଟିଣ ବାକ୍ସ ଭିତରେ ପ୍ରାୟ ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚାଲାଣ କରୁଥିଲେ ଛତିଶଗଡର ରାଇଘରର ଓମପ୍ରକାଶ ଛାବା ଓ ପୂର୍ବରୁ ମଧ୍ୟ ଦୁଇଥର ଗଞ୍ଜେଇ ଚାଲାଣ କରିଥିବା ସ୍ୱୀକାର କରିଛି ଓମପ୍ରକାଶ । ମାଜିଷ୍ଟେଡଙ୍କ ଉପସ୍ଥିତରେ ଗଞ୍ଜେଇ ଜବତ କରିଛି ପୋଲସ ଓ ତେବେ ଗାଡିଟି ଓମପ୍ରକାଶ ଛାବାଙ୍କ ନାମରେ ଥିବାବେଳେ ନିଜେ ଗାଡି ମଧ୍ୟ ଚଲାଉଥିଲେ । ତେବେ ଏହି ଚେର ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।