Pratidin TV

Odisha's Digital News Platform

ବ୍ରାଜିଲ୍ ରେକର୍ଡ ଭାଙ୍ଗିଲେ ଓଡିଆ ଝିଅ, ଗିନିଜ ବୁକ ଅପ ୱାଲ୍ଡ ରେକର୍ଡ ପାଇଁ କଲେ ନିଆରା ପ୍ରୟାସ

ବଲାଙ୍ଗିର : ଆଜିର ଯୁବପିଢି କିଛିନା କିଛି କରି ରେକର୍ଡ କରିବାକୁ ପ୍ରୟାସ କରିଛନ୍ତି । ସେହିଭଳି ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ର ଜଣେ ଝିଅ ନିଜ ନାଁ ଗିନିଜ ବୁକ ଅପ ୱାଲ୍ଡ ରେକର୍ଡ କରିବାକୁ ପ୍ରୟାସ କରିଛନ୍ତି । କଂଟାବାଞ୍ଜି ହରିଭବନ ଠାରେ କୁକୁଡାହାଦ ଗାଁ ସୁନାରିପଡାର ଅନିତା ସରାପ ଏକ ମିନିଟରେ ୩୨୪ ଥର ନିଜ ଜିଭରେ ନାକ ଛୁଇବାର ରେକର୍ଡ କରିଛନ୍ତି ।

ପୁର୍ବରୁ ବ୍ରାଜିଲର ଜଣେ ପୁରୁଷ ୧ ମିନିଟରେ ୨୮୧ ଥର ନିଜ ଜିଭରେ ନାକ ଛୁଇଥିବା ବେଳେ ଏହି ରେକର୍ଡକୁ ବ୍ରେକ କରିଛନ୍ତି ଅନିତା ସରାଫ । ଏବେ ଅପେକ୍ଷା ଗିନିଜ ବୁକ ଅପ ୱାଲ୍ଡ ରେକର୍ଡ କର୍ମକର୍ତାଙ୍କ ଘୋଷଣାକୁ । ଅନିତାଙ୍କ ଭାଇ ଅନିଲ ସରାଫ ନାକ ଏବଂ କପାଳରେ ୭ ଟି ଗିତ ପ୍ୟାନୋରେ ବଜାଇମଧ୍ୟ ପୁର୍ବରୁ ଗିନିଜ ବୁକ ଅପ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ସେ ତାଙ୍କୁ ଦେଖି ଏଭ ଳି ପ୍ରୟାସ କରି ନିଜ ଏବଂ ନିଜ ଦେଶର ନାଁ କରିବାକୁ ଏଭଳି ପ୍ରୟାସ କରିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *