Pratidin TV

Odisha's Digital News Platform

ଜାଲ୍ ସାର୍ଟିଫିକେଟ ଦେଇ ଡାକ ବିଭାଗରେ ଚାକିରି ହାତେଇବାକୁ ଉଦ୍ୟମ ବେଳେ ଧରାପଡିଲେ ୩୭ ଆଶାୟୀ

ବଲାଙ୍ଗୀର : ନକଲି ପ୍ରମାଣପତ୍ର ଦେଇ ଡାକ ବିଭାଗରେ ଚାକିରୀ ହାତେଇବାକୁ ଉଦ୍ୟମ କରୁଥିବା ୩୭ ଜଣଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି ବଲାଙ୍ଗିର ଡାକ ମଣ୍ଡଳ । ସୂଚନା ଅନୁସାରେ ବଲାଙ୍ଗିର ଡାକ ମଣ୍ଡଳରେ ବିଭିନ୍ନ ପଦ ପାଇଁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଲକ୍ଷ ଲକ୍ଷ ଆଶାୟୀ ଅନ୍ଲାଇନରେ ଆବେଦନ କରିଥିଲେ । ତେବେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ ଯାଞ୍ଚ ସମୟରେ ବଲାଙ୍ଗିର ଡାକ ମଣ୍ଡଳ ହାତରେ ଲାଗିଛି ଆଶାୟୀଙ୍କ ପୁଳା ପୁଳା ଜାଲ ସାର୍ଟିଫିକେଟ ।

ଆଶାୟୀ ଧରିଥିବା ସାର୍ଟିଫିକେର୍ଟରେ ମାର୍କ ୯୯ ପ୍ରତିଶତ ରହିଛି ଏବଂ ସେମାନଙ୍କ ଜ୍ଞାନ ଭିତରେ ଆକାଶ ପାତାଳ ଫରକ ରହିଥିବା ସନ୍ଦେହ କରି ୩୭ ଜଣ ଜାଲ ପ୍ରମାଣ ପତ୍ର ଧାରି ଆଶାୟୀଙ୍କ ନାଁ ବଲାଙ୍ଗିର ଡାକ ମଣ୍ଡଳ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ପାଇଁ ଟାଉନ ପୁଲିସକୁ ଦେଇଥିବା ଜଣାପଡିଛି । ଡାକ ବିଭାଗର ଚୟନ ପକ୍ରିୟା ଅନୁସାରେ ଆବେଦନ କରିଥିବା ଆଶାୟୀଙ୍କୁ ନେଇ କୌଣସି ପରୀକ୍ଷା କରାଯାଉନଥିବା ବେଳେ ସର୍ବାଧିକ ମାର୍କ କ୍ରମରେ ଚାକିରୀ ପ୍ରଦାନ କରାଯାଇଥାଏ । ତେବେ ବଲାଙ୍ଗୀର ଡାକ ମଣ୍ଡଳର ୮୩ଟି ଶାଖାରେ ପୋଷ୍ଟ ମାଷ୍ଟର, ଏବିପିଏମ୍ ଓ ଡାକ ସେବକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଲକ୍ଷ ଲକ୍ଷ ଆବେଦନ ପତ୍ର ଅନ୍ଲାଇନରେ ଆସିଥିବା ବେଳେ ମୁଖ୍ୟ ଡାକ ଘରେ ଆବେଦନକାରୀଙ୍କ ପ୍ରମାଣ ପତ୍ର ଯାଂଚ ହୋଇଥିଲା । ଏଥିରେ ପାଟଣାଗଡ ଉପଖଣ୍ଡର ଧୁମାଭଟା ନିବାସୀ ସୁବଳୟା ଭୁଏଙ୍କ ପ୍ରମାଣ ପତ୍ରରେ ରହିଥିବା ଇଂରାଜୀ ରେ ୯୯.୮ ମାର୍କ ପାଇଛନ୍ତି ତାଙ୍କ ସ୍ଵଭାବ ଓ କଥାବାର୍ତ୍ତାକୁ ନେଇ ଡାକ ମଣ୍ଡଳ ଅଧିକକ୍ଷକ ଶ୍ରୀ ପଟ୍ଟନାୟକ ସନ୍ଦେହ ପ୍ରକାଶ କରିଥିଲେ ।

ତେଣୁ ପ୍ରଥମେ ତାକୁ ଇଂରାଜୀ ରେ ନିଜ ସ୍କୁଲ ର ନାମ ଲେଖିବାକୁ କହିଲେ ଯେଉଁଥିରେ ସେ ଭୁଲ ଲେଖିଥିଲା ସେମିତି ଆଉ କିଛି ୱାର୍ଡ ଇଂରାଜୀ ରେ ଲେଖିବାକୁ କହିଥିଲେ ତାହା ମଧ୍ୟ ଭୁଲ ଲେଖିଥିଲେ। ଏହା ପରେ ଆବଦେନକାରୀଙ୍କୁ ପଚରା ଉଚୁରା କରିବାରୁ ସେ ଉତ୍ତରପ୍ରଦେଶର ପ୍ରେମ ନଗର ଝାନ୍ସୀର ଡକ୍ଟର ବିଆର୍ ଆମ୍ବେଦକର ନାମକ ଏକ ଶିକ୍ଷାନୁଷ୍ଠାନରୁ ଜାଲ୍ ସାର୍ଟିଫିକେଟ ମୋଟା୫୦ ହଜାର ରୁ ୮୦ହଜାର ଅଙ୍କରେ କିଣିଥିବା ସ୍ୱିକାର କରିଥିବା ବେଳେ ତାଙ୍କୁ ତାଙ୍କର ପ୍ରମାଣ ପତ୍ର ସହ ଟାଉନ ପୁଲିସକୁ ଡାକ ଅଧିକ୍ଷକ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ତେବେ ଏଭଳି ୩୭ ଜଣ ଜାଲ୍ ସାର୍ଟିଫିକେଟ ଗୋଟିଏ ସ୍କୁଲର ଥିବାବେଳେ ସମାନ ସାର୍ଟିଫିକେଟ ଡାକ ବିଭାଗ ଦ୍ୱାରା ଚିହ୍ନଟ କରାଯାଇଥିବା ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *