ସରକାରଙ୍କ ସାହାର୍ଯ୍ୟ ଅପେକ୍ଷାରେ ‘ଏ ଯୁଗର ସାବିତ୍ରୀ’
1 min readବଲାଙ୍ଗୀର : ସକାଳୁ ଉଠି ସ୍ବାମୀର ଦେଖା ଶୁଣା କରନ୍ତି। ୧୦ ବାଜିଲେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କୁ ବାହାରି ପଡ଼ନ୍ତି ବାସନ୍ତୀ ଭୋଇ । ଲକ୍ଷହିନ ଯାତ୍ରା। କୁଆଡେ ଯିବେ ଜାଣି ନଥାନ୍ତି । ମନରେ କେବଳ ଗୋଟିଏ ଚିନ୍ତା ଥାଏ ସନ୍ଧ୍ୟା ୪ ଟା ରେ ପୁଣି ମେଡିକାଲ କୁ ଫେରିବେ । ସ୍ବାମୀ ପାଇଁ ଦି ମୁଠା ଖାଇବାକୁ ଆଣିଥିବେ । ସ୍ବାମୀ ପାଇଁ ସଂଘର୍ଷ କରୁଥିବା ବାସନ୍ତୀ ଭୋଇ ଙ୍କ କାହାଣୀ ।
ସୂଚନା ଅନୁସାରେ ବାସନ୍ତୀ ଙ୍କ ସ୍ବାମୀ ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି । ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲ ର ଯକ୍ଷ୍ମା ୱାର୍ଡ ରେ ଭର୍ତ୍ତି କରାଯାଇଛି । କାଶ ହେଲେ ରକ୍ତ ବାହାରୁଛି । ଡାକ୍ତର କହିଛନ୍ତି ଦେହ ଭିତରେ ଘା ହୋଇଯାଇଛି । ଆହା କରିବାକୁ କେହି ନାହାନ୍ତି ବୋଲି ହାରି ନାହାନ୍ତି ବାସନ୍ତୀ । ସକାଳୁ ସକାଳୁ ବାହାରି ଯାଇ କଚେରି ଛକ, ବସ ଷ୍ଟାଣ୍ଡ, ହସ୍ପିଟାଲ ଛକ ରେ ଭିକ ମାଗନ୍ତି। ସେଥିରୁ ଯାହା ପାଇବେ ସ୍ବାମୀ ପାଇଁ କିଛି ଖାଇବା ନେଇ ଆସନ୍ତି। ମେଡିକାଲ ରେ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। କିନ୍ତୁ ସରକାରୀ ସୁବିଧା କହିଲେ କିଛି ନାହିଁ ।
ସମ୍ବଲପୁର ରେ ଥିଲା ସମୟରେ ଯେଉଁ ଚାଉଳ କାର୍ଡ ଥିଲା ତାହା ବଲାଙ୍ଗିର ରେ ଚାଲୁ ନାହିଁ । ତେଣୁ କରି ଉପାୟଶୂନ୍ୟ ହୋଇ ସେ ଭିକ ମାଗି ସ୍ବାମୀ ଙ୍କ ସେବା କରୁଥିବା କହିଥିଲେ । ଆଜି ର ଯୁଗ ରେ ସ୍ବାମୀ ସ୍ତ୍ରୀ ସମ୍ପର୍କ ରେଅଧ୍ୟ ଅନେକ ଫାଟ ଦେଖିବାକୁ ମିଳୁଛି । ବିଭିନ୍ନ କାରଣ ରୁ ଦାମ୍ପତ୍ୟ ଜୀବନ ରେ ବାଧା ଆସୁଛି । କିନ୍ତୁ ବାସନ୍ତୀ ସେମାନଙ୍କ ପାଇଁ ଉଦାହରଣ ଭାବରେ ଛିଡ଼ା ହୋଇଛନ୍ତି । ତାଙ୍କୁ କିଛି ସରକାରୀ ସୁବିଧା ଯୋଗାଇ ଦେଇ ପାରିଲେ ଉଭୟ ବୃଦ୍ଧ ଦମ୍ପତ୍ତି ଜୀବନ ର ଶେଷ ମୁହୂର୍ତ୍ତ ରେ ଶାନ୍ତି ରେ ରହି ପାରିବେ ବୋଲି ବିଭିନ୍ନ ମହଲ ରେ ଦାବି ହେଉଛି ।