Pratidin TV

Odisha's Digital News Platform

ଏକାଦଶାହ କାର୍ଯ୍ୟରେ ଯୋଗଦେଇ ମା ସହ ଘରକୁ ଫେରୁଥିବା ବେଳେ ଅଂଶୁଘାତ ନେଇଗଲା ଜୀବନ

ଦିନକୁ ଦିନ ବଢ଼ିବାରେ ଲାଗିଛି ଖରା ଗରମ | ତେବେ ଏହି ଖରା ଗରମ ମଧ୍ୟରେ ଆସିଛି ଏକ ଘଟଣା | ଅଂଶୁଘାତରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ | ତେବେ ଏହି ଘଟଣାଟି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁର ଘଟିଛି | ଏକାଦଶାହ କାର୍ଯ୍ୟରେ ଯୋଗଦେଇ ଘରକୁ ମା ସହ ଫେରୁଥିବା ସମୟରେ ଅଂଶୁଘାତର ଶିକାର ହୋଇଥିଲେ | ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍କୁ ଆଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ବଲାଙ୍ଗିର ତେଲିଗୋଠପଡ଼ାକୁ ମା’ଙ୍କୁ ସାଙ୍ଗରେ ନେଇ ମଧ୍ୟାହ୍ନ ବେଳେ ଖୁଜେନପାଲିରୁ ୩୦ ବର୍ଷୀୟ ତ୍ରିନାଥ ବକୁଲ ଏକାଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ । ଦିନ ୨ଟାରେ ଗାଁକୁ ଫେରିବା ପରେ ତାଙ୍କୁ ପ୍ରଚଣ୍ଡ ଝାଳ ହେବା ବେଳକୁ ସେ ଅଂଶୁଘାତର ଶିକାର ହୋଇଥିବା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍କୁ ଆଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଖରା ଖରାରେ ଗାଁରୁ ବଲାଙ୍ଗିରକୁ ଆସି ପୁଣି ଫେରିଥିବା ଯୋଗୁଁ ତ୍ରିନାଥଙ୍କୁ ଝାଉ ମାରିଦେଲା ବୋଲି ଲୋକେ କହିଛନ୍ତି । ତେବେ ମୃତ ତ୍ରିନାଥଙ୍କ ଏକ ୭ ମାସର ସନ୍ତାନ ରହିଥିବା ବେଳେ ତାଙ୍କ ପରିବାରକୁ ସରକାରୀ ସହଯୋଗ ପ୍ରଦାନ ପାଇଁ ତାଙ୍କ ଆତ୍ମୀୟ ସ୍ୱଜନ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *