Pratidin TV

Odisha's Digital News Platform

ସାରଥୀ ସାଜିଲେ ସମାଜସେବୀ , ସରକାରୀ ସହାୟତା ପାଇଁ କାନ୍ଧରେ ବୋହି ବୋହି ଦିବ୍ୟାଙ୍ଗଙ୍କୁ ଆଣିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ..

ଦିବ୍ୟାଙ୍ଗଙ୍କ ପାଇଁ ସାରଥୀ ସାଜିଛନ୍ତି ସମାଜସେବୀ । ଆଜି ଏହି ଦିବ୍ୟାଙ୍ଗଙ୍କୁ କାନ୍ଧରେ ପକାଇ ବୋହୂଛନ୍ତି । ସରକାରୀ ସହାୟତା ବଞ୍ଚିତ ହେବାପରେ ଆଜି ଏ ଦିବ୍ୟାଙ୍ଗକୁ କାନ୍ଧରେ ପକାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୁଲୁଛନ୍ତି । ଏ ଦୃଶ୍ୟ ଯେ କେହିବି ଦେଖିଲେ ଚକିତ ହୋଇଯିବ ନିଶ୍ଚୟ । ୭୫ପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରୀ ସହାୟତା ମିଳିନାହିଁ । ଏନେଇ ବାଧ୍ୟ ହୋଇ ଦିବ୍ୟାଙ୍ଗ ଜଣକ ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ଆସିଛନ୍ତି ।

ଆଉ ତାଙ୍କୁ କାନ୍ଧରେ ବୋହି ଆଣିଛନ୍ତି ଏ ସମାଜସେବୀ ଜଣକ । ଦିବ୍ୟାଙ୍ଗ ଜଣକ ହେଲେ ବାଲେଶ୍ୱର ସିଂଲା ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉଳଙ୍କ ପୁଅ ପ୍ରଭାକର ରାଉଳ । ସେ ଜଣେ ମେଧାବୀ ଛାତ୍ର ଥିଲେ । ୨୦୧୩ ମସିହାଠାରୁ ତାଙ୍କର ୨ଟି ଗୋଡ ଅକ୍ଷମ ହୋଇଯାଇଛି । ସେ ଘୋଷାରୀ ହୋଇ ଚାଲନ୍ତି । ତଥାପି ରୋଜଗାର ପାଇଁ ଏକ ଛୋଟ ପାନ ଦୋକାନ କରିଛନ୍ତି । ତାଙ୍କ ବାପା ଓ ମାଆ ଶଯ୍ୟାଶୟୀ । ଘରେ ତାଙ୍କ ରୋଜଗାରରେ ବହୁ କଷ୍ଟରେ ପରିବାର ଚଳେ । ୭୫ ପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ କିଛି ସରକାରୀ ସହାୟତା ମିଳିନାହିଁ । ଏନେଇ ବାଧ୍ୟ ହୋଇ ତାଙ୍କ ଗାଁ ନିକଟ ସମାଜସେବୀ ରଞ୍ଜୟ କୁମାର ଦାସଙ୍କ ସହାୟତାରେ ପ୍ରଥମେ ବସ୍ତା ବିଡିଓ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । ତୁରନ୍ତ ଗୋଟିଏ ବ୍ୟାଟେରି ଚାଳିତ ଗାଡି, ଆବାସ ଯୋଜନାରେ ଅନ୍ୟ ସମସ୍ତ ସରକାରୀ ସୁବିଧା ଯୋଗାଇଦେବାକୁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *