Pratidin TV

Odisha's Digital News Platform

ବିଜେଡ଼ି ରେ ମିଶିଲେ ବାଲେଶ୍ଵର ବୋହୂ ଲେଖାଶ୍ରୀ ସାମନ୍ତ ସିଂହାର

1 min read

ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର। ବର୍ତ୍ତମାନ ଶଙ୍ଖ ଭବନରେ ମିଶ୍ରଣ ପର୍ବ | ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ। କିଛି ସମୟ ପୂର୍ବେ ନିଜ ସୋସିଆଲ ମିଡ଼ିଆ X ଜରିଆରେ ବିଜେପିର ହାତ ଛାଡିଥିବା ନେଇ ପୋଷ୍ଟ କରି ଜଣାଇଥିଲେ |

ବିଜେପି ଛାଡି ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର | ଯେଉଁ ବିଜେପି ଦଳ ପାଇଁ ସେ ୧0 ବର୍ଷ ନିଷ୍ଠାପର ଭାବେ କାର୍ଯ୍ୟ କଲେ ଶେଷରେ ସେହି ଦଳରେ ଅବହେଳିତ ହେବା ପରେ ଛାଡିଲେ ବିଜେପି | ଆଉ ଏବେ ବିଜେପିରେ ମିଶିଛନ୍ତି | ବିଜେପିରେ ସେ ଉପସଭାପତି ସହ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟ ଥିଲେ | ଯେଉଁଥିରେ ଟଁଜ୍କୁ ପ୍ରଶ୍ନବାଣର ମଧ୍ୟ ଦିଆଯାଉଥିଲା ଆଖ୍ୟା | ଅନେକ ପ୍ରସଙ୍ଗକୁ ନେଇ ସେ ଲୋକଲୋଚନକୁ ଆସିବାର ଦଦେଖିବାକୁ ମିଳୁଥିଲା | ତେବେ ଲେଖାଶ୍ରୀ ସାମନ୍ତସିଂହାର ଗତ ନିର୍ବାଚନରେ ସାଂସଦ ଭାବେ ଆଶାୟୀ ଥିବା ବେଳେ ତାଙ୍କୁ ଦଳ ଟିକେଟ ଦେଇନଥିଲା | ଆଉ ପୁଣିଥରେ ୨0୨4 ନିର୍ବାଚନ ପାଇଁ ଦଳ ଦେଇନଥିଲା ଟିକେଟ | ଏଥିରେ ସେ ନିରାଶ ହୋଇ ଛାଡିଛନ୍ତି ଦଳ |

ବର୍ତ୍ତମାନ ଆଶା କରାଯାଉଛି ବିଜେଡିରେ ମିଶିବା ପରେ ତାଙ୍କୁ ଏକ ଦାୟିତ୍ୱ ମିଳିପାରେ ଏବଂ ଟିକେଟ ମଧ୍ୟ ମିଳିପାରେ | ତେବେ ଲେଖାଶ୍ରୀ କନ୍ଧମାଳ ଆଶାନରୁ ଟିକେଟ ଆଶାୟୀ ଥିଲେ | ତେବେ ତାଙ୍କୁ ଟିକେଟ ମିଳିନଥିଲା | ମାର୍ଚ୍ଚ ୩0 ତାରିଖରେ ଦଳ କନ୍ଧମାଳ ଲୋକସସଭ ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଥିଲା | ଏବଂ ପରେ ଟିକେଟ ନ ମିଳିବା ପରେ ହଠାତ ଉଭାନ ହୋଇଯାଇଥିଲେ ଲେଖାଶ୍ରୀ ସାମନ୍ତସିଂହାର | ଆଉ ଏବେ ଅନେକ ଦିନର ନୀରବତାର ପରେ ବର୍ତ୍ତମାନ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି |

Leave a Reply

Your email address will not be published. Required fields are marked *