Pratidin TV

Odisha's Digital News Platform

ଓଡିଶାରେ ଡେଙ୍ଗୁ ଆତଙ୍କ, ବାଲେଶ୍ୱରରୁ ୨୧୧ ରୋଗୀ ଚିହ୍ନଟ…

1 min read

ବାଲେଶ୍ୱର : ସମଗ୍ର ରାଜ୍ୟରେ ଡେଙ୍ଗୁର ଭୟାବହତା ବଢି ଚାଲିଥିଲା ବେଳେ ବାଲେଶ୍ବରରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି। ବାଲେଶ୍ଵରରେ ମୋଟ ୨୧୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ମଧ୍ୟ ୩୩ ଜଣ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁକୁ ନେଇ ଯଦିଓ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ମାତ୍ର ଏହି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଦେଖିବା ବାଲେଶ୍ବରରୁ ଏହି ରିପୋର୍ଟ।

ବାଲେଶ୍ଵରରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଜିଲ୍ଲାରେ ବର୍ତମାନ ପର୍ଯ୍ୟନ୍ତ ୨୧୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ମଧ୍ୟ ୩୩ ଡେଙ୍ଗୁ ରହିଛନ୍ତି। ସେଥିମଧ୍ୟରୁ ୧୯ ପଜେଟିଭ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ସାମନ୍ୟ ଲକ୍ଷଣ ରହିଛି। ରୋଗୀଙ୍କୁ ଜ୍ବର, ମୁଣ୍ଡବିଧା, ହାଲିଆ ଲାଗିବା, ଗୋଡହାତ ବିନ୍ଧିବା, ଦେହ ଦୁର୍ବଳ ରହିବା ଲକ୍ଷଣ ରହିଛି। ମଶାରୀ ମଧ୍ୟରେ ରୋଗୀଙ୍କୁ ରଖି ଚିକିତ୍ସା କରାଯାଉଛି। ସମସ୍ତ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ରହିଛି।

Advertisement

ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୧୧ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ବାଲିଆପାଳରୁ ୭୨, ଭୋଗରାଇରୁ ୬୪, ଜଳେଶ୍ବରରୁ ୧୮, ବସ୍ତାରୁ ୧୩, ସୋରରୁ ୭, ଖଇରାରୁ ୫, ବାଲେଶ୍ଵର ପୌରାଞ୍ଚଳରୁ ୪ ଓ ଜିଲ୍ଲାର ଅନ୍ୟ କିଛି ସ୍ଥାନରୁ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜିଲ୍ଲା ଭିତରୁ ୧୫୫ ଜଣ ଓ ଜିଲ୍ଲା ବାହାରୁ ଆସିଥିବା ରୋଗୀଙ୍କ ସଂଖ୍ୟା ୫୬। ଡେଙ୍ଗୁର ପ୍ରତିରୋଧ ନିମନ୍ତେ ପ୍ରତ୍ୟକ ସିଏସି ସେଣ୍ଟରରେ ଆଇଶୋଲେସନ କକ୍ଷ କରାଯାଇଛି। ନେକ୍ଟିଂ ମଧ୍ୟ ହୋଇଛି। ସେହିଭଳି ପିଏସି କେନ୍ଦ୍ରରେ ଡାକ୍ତର ରହିଛନ୍ତି। ସେଚେତନତା ବାର୍ତା ଦେଉଛନ୍ତି। ଡେଙ୍ଗୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସଚେତନତାର ବାର୍ତା ଦିଆଯାଉଛି। ଗ୍ରାମାଞ୍ଚଳରେ ଆଶା ଓ ସ୍ବାସ୍ଥ୍ୟ କର୍ମୀ ସଚେତନ କରୁଛନ୍ତି। ଡେଙ୍ଗୁ ବ୍ୟାପୁଥିବା ସ୍ଥାନ ପରିଷ୍କାର ରଖିବା। ଜ୍ବର ହେଲେ ମଶାରୀ ମଧ୍ୟରେ ରହିବା ସହିତ ବ୍ଲଡ ଟେଷ୍ଟ କରିବା ଓ ଭୟଭିତ ନ ହେବାକୁ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି।
ଦିନରେ କାମୁଡିଥାଏ ଡେଙ୍ଗୁ ମସା। ଡେଙ୍ଗୁ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ହେବା, ମଶାରୀ ମଧ୍ୟରେ ରହିବା ଓ ଭୟଭିତ ନ ହେବା ଦରକାର।

Leave a Reply

Your email address will not be published. Required fields are marked *