Pratidin TV

Odisha's Digital News Platform

ଟଙ୍କା ଅଭାବରୁ ଯନ୍ତ୍ରଣାରେ ଛଟପଟ ହେଉଛି ନଅ ମାସର ଶିଶୁ କନ୍ୟା , ରାଜ୍ୟବାସୀଙ୍କୁ ସାହାର୍ଯ୍ୟ ମାଗୁଛନ୍ତି ଅସହାୟ ବାପା ମାଁ

1 min read

ବାଲେଶ୍ୱର : ସତରେ ଦୁଃଖ ଏମିତି ବି ଆସେ। ନିଜ ଆଖି ସାମ୍ନାରେ ଛୁଆକୁ କଷ୍ଟ ଯନ୍ତ୍ରଣାରେ ଦେଖି ମଧ୍ୟ ଚିକିତ୍ସା କରାଇପାରୁନାହନ୍ତି ବାପା ମାଁ । ଏଭଳି ଦୁଃଖଦ ପରିସ୍ଥିତିଠାରୁ ବଢିକି ଆଉ କି ପରିସ୍ଥିତି ସାମ୍ନା କରିବେ ବାପା ମାଁ । ଛାହିଁକି ବି ନିଜ ଛୁଆକୁ ଯନ୍ତ୍ରଣାରୁ ମୁକ୍ତ କରିପାରୁନାହନ୍ତି ଅସହାୟ ବାପା ସହଦେବ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଜଡିଦା ପଞ୍ଚାୟତ ରୁଷ ଗାଁର ସହଦେବଙ୍କ ୯ ମାସର ଶିଶୁ କନ୍ୟା ଶ୍ରେୟାଂଶି । ଏବେ ଜୀବନ ସହିତ ସଂଗ୍ରାମ କରୁଛି । ଶ୍ରେୟାଂଶି ଆଜକୁ ଠିକ ୯ ମାସ ଅର୍ଥାତ ଜୁନ ମାସରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ମେଡିକାଲ ଠାରୁ ଆରମ୍ଭ କରି ଗାଁ ଓ ପରିବାରରେ ଖୁସି ଖେଳିଯାଇଥିଲା । କିନ୍ତୁ ଠିକ ୭ ଦିନ ପରେ ପରିବାରକୁ ମାଡିଆସିଲା ଦୁଃଖର କଳା ବାଦଲ । ଶିଶୁ କନ୍ୟା ୭ ଦିନ ପରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଖାଦ୍ୟ ଖାଇଲାନାହିଁ । ତେଣୁ ସେମାନେ ଶିଶୁଟିକୁ ବାଲେଶ୍ୱରର ଜଣେ ଡାକ୍ତରଙ୍କ ନିକଟକୁ ନେଇଯାଇଥିଲେ । ପରେ ସ୍ଵାସ୍ତ୍ୟବସ୍ଥାର ସୁଧାର ନଆସିବାରୁ ଭୁବନେଶ୍ୱର ଏମ୍ସକୁ ନେଇଯାଇଥିଲେ । ସେଠାରେ ଶିଶୁ କନ୍ୟା ଜଣକ ସିଷ୍ଟିକ୍ ହାଇଗ୍ରୋମା ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ । ଡାକ୍ତର ଶିଶୁକନ୍ୟାର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରଠୁ ପରିବାର ଲୋକଙ୍କ ନିଦ ହଜିଯାଇଥିଲା । ଆଉ ବାପା,ମାଆ ଓ ପରିବାର ଲୋକଙ୍କ ଆଖିରେ ଆସିଲା ଲୁହ ।

ପରିବାରରେ ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ । ତେଣୁ ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆସିବ, ଘରେ ଯାହା ଯେଉଁଠି ଥିଲା ସବୁ କିଛି ବିକ୍ରୀ କରିଦେଲେ । ଶିଶୁ କନ୍ୟାର ଥରେ ନୁହେଁ କି ଦୁଇ ଥର ନୁହେଁ ଚାରି ଚାରି ଥର ଅପରେସନ ହେଲା କିନ୍ତୁ କୌଣସି ସୁଫଳ ମିଳିଲାନି । ବରଂ ଶିଶୁ କନ୍ୟାଟି ଅଧିକ ଅସୁସ୍ଥ ହେଲା । ଅପରେସନ ପରେ ଶିଶୁ କନ୍ୟାର ଜିଭ ବାହାରକୁ ବାହାରିରହିବା ସହିତ ଆଉ ଖାଦ୍ୟ ଖାଇପାରିଲାନାହିଁ । ତେଣୁ ଡାକ୍ତର ଶିଶୁକନ୍ୟାର ପେଟ ଓ ବେକରେ ଏକ ଛିଦ୍ର କରି ଖାଦ୍ୟ ଓ ନିଃଶ୍ୱାସ, ପ୍ରଶ୍ୱାସ ନେଉଛନ୍ତି । ସହଦେବ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ରାଜ୍ୟ ବାହାରେ ରହି ଗୋଟିଏ ଦୋକାନରେ କାମ କରୁଛନ୍ତି । ଯେତିକି ଟଙ୍କା ରୋଜଗାର କରନ୍ତି ସେତିକିରେ ପରିବାରର ୫ ଜଣ ଚଳନ୍ତି । ଡାକ୍ତରଙ୍କ କହିବା କଥା ଏବେ ତାଙ୍କର ୫ଟି ଇଞ୍ଜେକ୍ସନ ଲାଗିବ ଯାହା ପାଖାପାଖି ୨ଲକ୍ଷ ଟଙ୍କା ଆବଶ୍ୟକ । ଏବେ ଚିକିତ୍ସା ପାଇଁ ପ୍ରତ୍ୟେକ ସପ୍ତାହକୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହାତରେ ଟଙ୍କାଟିଏବି ନାହିଁ । ଏବେ ଶିଶୁକନ୍ୟାର ଜେଜେବାପା, ଜେଜେମାଆ ଓ ଗାଁ ଲୋକଙ୍କ ଆଖିରେ ଆଖିଏ ଲୁହ । ସତରେ ବିଧିର ବିଧାନ କିଛି ଏମିତି ଥିଲା ଜନ୍ମ ନେବାର ମାତ୍ର ସାତ ଦିନ ପରେ ପରିବାରକୁ ଦୁଃଖର ପାହାଡ଼ ମାଡିଆସିଥିଲା । ସତରେ ଦୁଃଖ ଏମିତି ବି ଆସେ , ଝିଅର ଜୀବନ ବଞ୍ଚାଇବାକୁ ସରକାର ଓ ଓଡିଶା ବାସୀଙ୍କ ଠାରେ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।
ବାପା ମାଆଙ୍କର ଆଶା ଥିଲା ପିଲାଟିଏ ହେବ ଘର ହସଖୁସିରେ ପୁରି ଉଠିବ, ଭଗବାନ ଆଶା ପୂରଣ କଲେ ସତ କିନ୍ତୁ କନ୍ୟା ସନ୍ତାନ ଜନ୍ମ ହେବର ୭ ଦିନ ପରେ ପରିବାରରେ ମାଡିଆସିଲା ଦୁଃଖରେ କଳାବାଦଲ ।

ଯଦି କୌଣସି ବ୍ୟକ୍ତି ଶ୍ରେୟାଂଶିଙ୍କ ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଠାଇପାରିବେ ।
ସହଦେବଙ୍କ ଆକାଉଣ୍ଟ ନମ୍ବର ହେଲା –

Name:-MR. SAHADEV SAHU

BRANCH- CENTRAL BANK OF INDIA, MANIPUR

Ac/No:- 3434739479

IFSC CODE:-CBIN0282985

CONTACT NUMBER- 6372695571

Leave a Reply

Your email address will not be published. Required fields are marked *