Pratidin TV

Odisha's Digital News Platform

କିଏ ହାତେଇବ ବାଲେଶ୍ଵର ସଦର ଆସନ ?

କିଏ ଅକ୍ତିଆର କରିବ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ। ଟିକେଟ ଘୋଷଣା ପରେ ପ୍ରଚାର ମଇଦାନରେ ପାର୍ଥି। ପ୍ରମୁଖ ପାର୍ଟି ବିଜେଡି, ବିଜେପି ଓ କଂଗ୍ରେସ ନିଜର ମୁଦ୍ଦା ନେଇ ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି। ସେପଟେ ସ୍ବାଧିନ ପାର୍ଥି ଭାବେ ନାମାଙ୍କନ ଦାଖଲ କରିବେ ଯୁବନେତା ବିକ୍ରମ ପଣ୍ଡା।

ବାଲେଶ୍ଵର ଜିଲ୍ଲାର ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀ ହେଉଛି ସଦର। ୨୦୧୯ରେ ଏହି ନିର୍ବାଚନ ମଣ୍ଡଳିରୁ ବିଜେପି ଟିକଟରେ ବିଜୟ ହୋଇଥିଲେ ସ୍ବର୍ଗତ ମଦନ ମୋହନ ଦତ୍ତ। ହେଲେ ତାଙ୍କ ଦେହାନ୍ତ ପରେ ଉପ ନିର୍ବାଚନରେ ଏହି ଆସନକୁ ବିଜୁ ଜନତା ଦଳ ଅକ୍ତିକାର କରି ନେଇଥିଲା। ଚଳିତ ନିର୍ବାଚନରେ ବିଜେଡିରୁ ପାର୍ଥି ହୋଇଛନ୍ତି ବର୍ତ୍ତମାନର ବିଧାୟକ ସ୍ବରୁପ କୁମାର ଦାସ। ସେହପରି ବିଜେପିରୁ ଯୁବନେତା ମାନସ ଦତ୍ତ ଓ କଂଗ୍ରେସରୁ ମୋନାଲିସା ସାମଲ ନିର୍ବାଚନ ଲଢିବେ। ୩ ପାର୍ଥୀ ପ୍ରଚାର ମଇଦାନରେ ପ୍ରଚାର ଆରମ୍ଭ କରିଛନ୍ତି। ବିଜେଡି ପାର୍ଥୀ ସ୍ବରୁପ ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଯୋଡି ଶଙ୍ଖରେ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି।

ସେହପରି ବିଜେପି ପାର୍ଥି ମାନସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ଗୁଡିକ ସମ୍ପର୍କରେ ବାର୍ତା ପ୍ରଦାନ କରୁଛନ୍ତି। ଘରେ ଘରେ ଏ ସମ୍ପର୍କରେ ଭୋଟରଙ୍କୁ ବୁଝାଉଛନ୍ତି ଓ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଉଭୟ ସାଂସଦ ଓ ବିଧାୟକଙ୍କୁ ବିଜୟ ପାଇଁ ନିବେଦନ କରୁଛନ୍ତି। କଂଗ୍ରେସ ପାର୍ଥିନୀ ମନୋଲିସା ସାମଲ ଉଭୟ ବିଜେଡି ଓ ବିଜେପିର ସଲାସୁତରା ରାଜନୀତି ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ବଣ୍ଟନ କରୁଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ନିର୍ବାଚନ ମଣ୍ଡଳୀର ସମସ୍ୟା ଦୂର ହେବ ବୋଲି ସେ ଭୋଟରଙ୍କୁ କହିଵା ସହ କଂଗ୍ରେସକୁ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି।

ବିଜେଡି, ବିଜେପି ଓ କଂଗ୍ରେସ ଏହି ତିନି ଦଳର ପାର୍ଥି ପ୍ରଚାର କାର୍ଯ୍ୟ ଜୋରଦାର କରିଥିବାବେଳେ ସ୍ବାଧୀନ ପାର୍ଥି ଭାବରେ ଯୁବନେତା ବିକ୍ରମ ପଣ୍ଡା ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି। ସଦର ନିର୍ବାଚନ ମଣ୍ଡଳିରେ ବିଭିନ୍ନ ସମସ୍ୟା ସହିତ ବିକ୍ରମ ଜଡିତ ରହିଛନ୍ତି। ଅଞ୍ଚଳର ସମସ୍ୟା ପ୍ରଶାସନ ନିକଟରେ ପହଞ୍ଚାଇବା ତଥା ଲୋକଙ୍କ ସୁଖ ଦୁଃଖରେ ସାଥି ସାଜିଥିବା ଦେଖାଯାଇଛି। ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ଥିବାରୁ ସେ ସ୍ବାଧିନ ପାର୍ଥି ଭାବେ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *