Pratidin TV

Odisha's Digital News Platform

(ଭିଡିଓ)ଫ୍ୟାମିଲି କୋର୍ଟରେ ସ୍ୱାମୀ ସ୍ତ୍ରୀଙ୍କ ହାଇଡ୍ରାମା : ଜଣେ ହେଲମେଟ୍‌ରେ ପିଟିଲା ଓ ଅନ୍ୟଜଣେ ସାର୍ଟ ଚିରିଦେଲା ତାପରେ ..

1 min read

ବାଲେଶ୍ୱର : ସାତଜନ୍ମର ପ୍ରତିଶୃତି ଏବେ ତିଷ୍ଟିପାରୁନି ୭ ବର୍ଷ । ରାଜ୍ୟରେ ବଢୁଛି ପାରିବାରିକ କଳହ ଓ ତାର ଭୟଙ୍କର ରୂପ । ନିକଟରେ ସ୍ୱାମୀ ସ୍ତ୍ରୀଙ୍କ କଳହର ଭୟଙ୍କର ରୂପ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଫ୍ୟାମିଲି କୋର୍ଟରେ । ଏକ ଛାଡପତ୍ର ମାମଲାର ବିଚାର ଚାଲିଥିବା ସମୟରେ , ଭୟଙ୍କର ମାରପିଟ୍ ଲାଗିଲେ ସ୍ୱାମୀ ସ୍ତ୍ରୀ । ଜଣେ ଜଣଙ୍କ ସାର୍ଟ ଚିରିଦେଲାତ , ଅନ୍ୟଜଣେ ହେଲମେଟ୍‌ରେ ପିଟିଲା । ଶେଷରେ ପରିସ୍ଥିତି ଏଭଳି ପାଲଟିଗଲା ଯେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଲେ ।
ସୂଚନାଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ମଝି କିଆ ଅଞ୍ଚଳରେ ରତିକାନ୍ତ ପାଣିଗ୍ରାହୀ ଓ ସ୍ତ୍ରୀ ରଶ୍ମିରେଖା ପାଣିଗ୍ରାହୀଙ୍କର ୩ ବର୍ଷ ପୂର୍ବେ ଛାଡପତ୍ର ହୋଇଥିଲା । ତେବେ ଉଭୟଙ୍କ ମାମାଲା ବର୍ତ୍ତମାନ ଚାନ୍ଦିପୁର ଫ୍ୟାମିଲି କୋର୍ଟରେ ବିଚାରଧୀନ ଥିବା ବେଳେ ଆଜି ବଢିଲା ଝିଅର ଚଳିବା ପାଇଁ ଟଙ୍କା ଲେଣଦେଣ ମାମଲାକୁ ନେଇ କୋର୍ଟରେ ପହଞ୍ଚିଥିଲେ ଉଭୟ । ତେବେ ରତିକାନ୍ତ ନିଜ ବଢିଲା ଝିଅ ନାଁରେ ମିଛ କଥା କହିବାରୁ ରଶ୍ମିରେଖା ଉର୍ତ୍ତେଜିତ ହୋଇ ତାଙ୍କ କଲର ଧରିଥିଲେ । ଆଉ ଏହାପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମହାଭାରତ । ରତିକାନ୍ତ ମଧ୍ୟ ପାଲଟା ଜବାବରେ ରଶ୍ମିରେଖାଙ୍କୁ ହେଲମେଟ୍‌ରେ ପିଟିଥିଲେ । ଫଳରେ ରଶ୍ମିରେଖା ସେହି ସ୍ଥାନରେ ବେହୋସ ହୋଇପଡିଥିଲେ । ଝିଅ ଓ ପରିବାରର ଅନ୍ୟ ସଦସ୍ୟ ମିଶି ମା ରଶ୍ମିରେଖାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ସୂଚାନ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *