Pratidin TV

Odisha's Digital News Platform

ପୋଲିସ କବଜାରେ ଅଭିଯୁକ୍ତ ,ସାଙ୍ଗକୁ କାହିଁକି ଓ କେମିତି ମାରିଲେ ସବୁ କହିଲେ ଅପରାଧୀ ..

1 min read

ବନ୍ଧୁତା ରେ ଲାଗିଲା କଳଙ୍କ l ସାଙ୍ଗ ସହିତ ରହି ନେଇଗଲେ ସାଙ୍ଗର ଜୀବନ l ଦୁଇ ବନ୍ଧୁ ରବିନାରାୟଣକୁ ହତ୍ୟା କରି ତାଙ୍କର କେଟିଏମ୍ ବାଇକ ନେଇ ଫେରାର ହୋଇଯାଇ ଥିଲେ ।ଏବେ ଦୁଇ ବନ୍ଧୁଙ୍କୁ ପୁରୀରୁ ଗିରଫ କରିଛି ସୋର ପୋଲିସ । ମୃତକ ରବିନାରାୟଣ ଗୁଳି ପୁରୀ ଟାଉନ ଗୁଣ୍ଡିଚା ମନ୍ଦିର ଅଂଚଳର ବୋଲି ଜଣାପଡିଛି । ଗତକାଲି ରାତିରେ ତଳନଗର ବ୍ରିଜ ତଳୁ ମୃତ ଦେହ ଉଦ୍ଧାର କରିଥିଲା ସୋର ପୋଲିସ l ମୃତକଙ୍କ ସ୍ତ୍ରୀ ଉଷାମଣି ଦାସଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ବନ୍ଧୁକ କାରବାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା l ଭୁବନେଶ୍ବର କମିଶନରେଟ ପୋଲିସ, ପୁରୀ ପୋଲିସର ମିଳିତ ସହଯୋଗରେ ସୋର ପୋଲିସ ପୁରୀ ଚୁଡଙ୍ଗ ସାହିର ସିବୁନ ପାତ୍ର ଓ ଦୋଳମଣ୍ଡପ ସାହିର କାଳିଆ ସେନାପତିକୁ ଗିରଫ କରଛି । ଅଭିଯୁକ୍ତଙ୍କ ଠାରୁ ଭୁଜାଲି , କେଟିଏମ୍ ବାଇକ ଜବତ କରିଥିବା ନେଇ ବାଲେଶ୍ବର ଏସପି ସାଗରୀକା ନାଥ ସୂଚନା ଦେଇଛନ୍ତି l

Advertisement

Leave a Reply

Your email address will not be published. Required fields are marked *