Pratidin TV

Odisha's Digital News Platform

ସାବଧାନ ସହରରେ ମାତିଛନ୍ତି ସୁନା ଚେନ ଲୁଟେରା ; ମହିଳାଙ୍କୁ କରୁଛନ୍ତି ଟାର୍ଗେଟ ….

1 min read

ବାଲେଶ୍ଵର ; ବାଲେଶ୍ଵର ସହରର ବିଭିନ୍ନ ସ୍ଥାନରୁ ସୁନା ଚେନ ଛିଣ୍ଡାଇବା ଘଟଣାର ପର୍ଦାଫାସ କଲା ପୋଲିସ। ଏହି ଘଟଣାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ ୭ଟି ସୁନା ଚେନ, ୨ଟି ଭାଙ୍ଗିଯାଇଥିବା ସୁନା ଚେନ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି।

ଗତ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୨୪ ମଧ୍ୟରେ ସହରର ବିଭିନ୍ନ ଥାନାରେ ୩ଟି ସୁନା ଚେନା ଛିନତାଇ ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ ପ୍ରସ୍ତୁତ କରିଥିଲା। ମୁଖ୍ୟ ଅଭିଯୁକ୍ତ ସୁନାଚେନ ଛିଣ୍ଡାଇ ପରେ ଅନ୍ୟ ୨ ଅଭିଯୁକ୍ତଙ୍କୁ ସୁନା ଚେନ ବିକ୍ରି କରୁଥିଲା।ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ଭୋର୍ ସମୟରେ ଯେତେବେଳେ ମହିଳାମାନେ ମର୍ଣିଂ ୱାର୍କ କିମ୍ବା ଫୁଲ ତୋଳିବା ପାଇଁ ଯାଉଥିଲେ ସେତେବେଳେ ଅଭିଯୁକ୍ତ ଆର୍ଟାକ୍ କରୁଥିଲେ।

Advertisement

ଗତ ମାର୍ଚ୍ଚ ମାସଠାରୁ ଅକ୍ଟୋବର ୨୪ ମଧ୍ୟରେ ସହରର ବିଭିନ୍ନ ଥାନା ଅଞ୍ଚଳରେ ୧୫ଟି ଛିଣ୍ଡାଇବା ଘଟଣା ଅଭିଯେଗା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୯ ଟି ଘଟଣାର ରିକଭରି ହୋଇ ସାରିଥିବା ବେଳେ ଅନ୍ୟ ଘଟଣାରେ ତଦନ୍ତ ଚାଲିଥିବା ବାଲେଶ୍ଵର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *