Pratidin TV

Odisha's Digital News Platform

ସିଂଲା ଥାନାରେ ବଢୁଛି ପୋଲିସ ଗିରି : ଅଭିଯୋଗ କଲେ ଓଲଟା ଧମକ୍ ଦେଉଛି ପୋଲିସ୍ , ନିରୂପାୟ ହୋଇ ଥାନ ଆଗରେ ଅଧିଆ ପଡିଲେ ସ୍ୱାମୀସ୍ତ୍ରୀ….

1 min read

ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ସିଂଲା ଥାନାର ବିବାଦ ପିଛା ଛାଡ଼ିବାକୁ ନା ଧରୁନାହିଁ। ଦୀର୍ଘ ମାସ ଧରି ଜଣେ ସ୍ଥାୟୀ ଥାନା ଅଧିକାରୀ ନଥିବାରୁ ମୁରବୀ ବିହୀନ ହୋଇ ପଡିଛି ଥାନା। ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ପୋଲିସ ଗିରି ଦେଖାଉଛନ୍ତି ସିଂଲା ଥାନାରେ କାର୍ଯ୍ୟରତ ସମସ୍ତ ଅଧିକାରୀ। ଏମିତି ଘଟଣା କୁ ନେଇ ଆଜି ସିଂଲା ଗ୍ରାମର ଏକ ପରିବାର ଥାନା ଆଗରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ଧାରଣା ରେ ବସିଥିବା ଦେଖିବାକୁ ମିଳିଛି।

Advertisement

ସୂଚନାଯୋଗ୍ୟ ଯେ ବାଲେଶ୍ଵର ଜିଲ୍ଲା ସିଂଲା ଗ୍ରାମର ସମରଞ୍ଜନ ଦାଶ ଏବଂ ଅନ୍ୟ ଦୁଇ ଜଣ ଭାଇଙ୍କ ମଧ୍ୟରେ ଟଙ୍କା ଓ ଜମି ଜମାକୁ ନେଇ ବିବାଦ ରହିଥିଲା। ସମରଞ୍ଜନ ସରକାରୀ ଶିକ୍ଷକଭାବେ କାର୍ଯ୍ୟ କରୁଥିବା ବେଳେ ସାନ ଭାଇ ବ୍ୟବସାୟ ଏବଂ ପ୍ରଶାନ୍ତ ବାହାରେ ରହି କାର୍ଯ୍ୟ କରନ୍ତି। ମାତ୍ର ବିଭିନ୍ନ ସମୟରେ ସମରରଞ୍ଜନ ,ପୁଅ ଚନ୍ଦନ , ସ୍ତ୍ରୀ ଧରିତ୍ରୀ ମିଶି ଘରେ ଥିବା ପ୍ରଶାନ୍ତ ଙ୍କ ସ୍ତ୍ରୀକୁ ଅଶାଳୀନ ବ୍ୟବହାର ସହିତ ମାଡ଼ ମାରନ୍ତି। ଏହାକୁ ନେଇ ପ୍ରଶାନ୍ତ ୨୪/୦୫/୨୦,୧୩/୦୯/୨୧, ୧୮/୦୧/୨୨ ଓ ବିଭିନ୍ନ ସମୟରେ ସିଂଲା ଥାନାରେ ଅଭିଯୋଗ କଲେ ମଧ୍ୟ ବଡ଼ ଭାଇ ଙ୍କ ଜଣେ ସମ୍ପର୍କୀୟ ବାଲେଶ୍ଵର ପୋଲିସର ଉଚ୍ଚ ଅଧିକାରୀ ଥିବାରୁ ତାଙ୍କର ଚାପରେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ତ ଦୂରର କଥା ଅଭିଯୋଗର ତଦନ୍ତ ମଧ୍ୟ କରନ୍ତି ନାହିଁ।

ଏହାର ସୁଯୋଗ ନେଇ ସମରଞ୍ଜନ ଓ ତାଙ୍କ ପରିବାର ବହୁ ବାର ଭାଇ , ଭାଉଜଙ୍କୁ ମାଡ଼ ମାରି ଥିବା ବେଳେ ପୋଲିସ କିଛି ନବୁଝିବାରୁ , ସାନଭାଇ ପ୍ରଶାନ୍ତ ବସ୍ତା କୋର୍ଟ ରେ ପୋଲିସ ବିରୋଧରେ ୧୪୯/୨୧ ରେ ଏକମାମଲା ରୁଜୁ କରିଥିଲେ। ତେବେ ମାନ୍ୟବର କୋର୍ଟ ଙ୍କ ନିର୍ଦେଶ କ୍ରମେ ବଡ଼ ଭାଇ ସମର ରଞ୍ଜନ ଙ୍କ ବିରୋଧ ରେ ୨୦/୨୨ ମୂଳେ ମାମଲା ରୁଜୁ କରି ଚୁପ୍ ହୋଇ ବସିଛି।ପୁଣି ଗତ ୨୪ ଦିନ ତଳେ ପୁଣି ବଡ଼ ଭାଇ ,ପୁତୁରା ମାଡ଼ରେ ଲହୁ ଲୁହାଣ ହୋଇ ପ୍ରଶାନ୍ତ ନ୍ୟାୟ ପାଇଁ ଥାନା ଦ୍ବାରସ୍ଥ ହୋଇଥିବା ବେଳେ ଥାନାରେ କାର‌୍ୟ୍ୟରତ ଏଏସଆଇ ସୁହାଗି ହାସଦା ,ପ୍ରଶାନ୍ତ ଙ୍କୁ ଓଲଟା ଗାଳି ଗୁଲଜ କରିବା ସହିତ ଏକ ସାଧା ପେପର ରେ ଦସ୍ତଖତ ନେଇଥିବା ପ୍ରଶାନ୍ତ ଅଭିଯୋଗ କରିଛନ୍ତି। ପରେ ପ୍ରଶାନ୍ତଙ୍କ ବଡ଼ଭାଇ କୁ ପୋଲିସ ଡକାଇ ତାଙ୍କ ବିରୋଧରେ ପ୍ରତୀକ ମିଥ୍ୟା ମାମଲା ରୁଜୁ କରି ପ୍ରଶାନ୍ତ କୁ ଅଧିକାରୀ ଜଣକ ଆଜି ଥାନାକୁ ଡକାଇଥିବା ବେଳେ ପ୍ରଶାନ୍ତ ନିଜର ଅଧିକାର ଏବଂ ନ୍ୟାୟ ପାଇଁ ଥାନା ଗେଟ୍ ସମ୍ମୁଖରେ ପରିବାର ସହିତ ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି।

ତେବେ ପୋଲିସ ର ଦବଙ୍ଗଗିରି କୁ ବିରୋଧ କରି ଦୁଇ ପରିବାର ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ, ଘଟଣାସ୍ଥଳରେ ଦାୟିତ୍ଵ ରେ ଥିବା କମର୍ଦା ଆଇଆଇସି ବିଶ୍ବଜ ରାଉତରାୟ ପହଞ୍ଚି ଧାରଣା କାରୀ ଙ୍କ ସହ ଆଲୋଚନା କରିଥିଲେ। ଏବଂ ପୋଲିସ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହି ଏଡାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *