(ଭିଡିଓ)ଆଜି ଜଳେଶ୍ୱରରୁ -ପୁରୀକୁ ଗଡିଲା ମେମୁ ଟ୍ରେନ୍
1 min readବାଲେଶ୍ୱର : ଜଳେଶ୍ୱର ପୁରୀ ମେମୁ ଟ୍ରେନକୁ ଜଳେଶ୍ୱର ରେଳ ଷ୍ଟେସନ ଠାରେ ଭବ୍ୟ ସ୍ୱାଗତ ଜଣାଇଲେ ସାଂସଦ ଓ ଜଳେଶ୍ୱର ବାସୀ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁରୀ ଅଭିମୁଖେ ଏକ ଟ୍ରେନ ଚଳାଚଳ ପାଇଁ ଜଳେଶ୍ୱର ଅଂଚଳବାସୀ ଓ ବିଭିନ୍ନ ସଂଗଠନ ତରଫରୁ ରେଳ ବିଭାଗ ଠାରେ ବାରମ୍ବାର ଦାବୀ କରିଆସୁଥିଲେ । ତେବେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଓ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଠାରେ ଉକ୍ତ ଦାବୀକୁ ଉପସ୍ଥାପନା କରି ଆସୁଥିଲା ବେଳେ ଆଜି ଭୁବନେଶ୍ୱର ଠାରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜଶି,ମାନ୍ୟବର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସବୁଜ ପତାକା ହଲାଇ ଉଦଘାଟନ କରିଥିଲା ।
ଏହା ଜଳେଶ୍ୱର ଠାରେ ସନ୍ଧ୍ୟା ୫ଟା ସମୟରେ ପହଁଚିଥିଲା, ଏହି ଟ୍ରେନଟିକୁ ଜଳେଶ୍ୱର ଠାରେ ଭବ୍ୟ ସ୍ୱାଗତ ଜଣାଇଥିଲେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସହିତ ବହୁ ବିଜେପି ନେତା ଓ ଜଳେଶ୍ୱର ବାସୀ ସ୍ୱାଗତ କରିଥିଲେ ,ଏହି ଟ୍ରେନଟି ପ୍ରତେକ ଦିନ ଭୋର ୪ଟା୫୦ରେ ଜଳେଶ୍ୱର ଷ୍ଟେସରୁ ଛାଡି ପୁରୀରେ ଅପରାହ୍ନ ୧୨ଟା୩୦ରେ ପହଂଚି ପୁଣି ଅପରାହ୍ନ ୧ଟା୧୫ରେ ଛାଡି ରାତି ୮ଟାରେ ଜଳେଶ୍ୱରରେପହଂଚିବ!ର ସମୟ ନିର୍ଧାରିତ ହୋଇସାରିଛି ।
ଏହି ଟ୍ରେନଟି ଚଳାଚଳ ହେଲେ ଜଳେଶ୍ୱର ,ବାଲିଆପାଳ ,ଭୋଗରାଇ ଅଂଚଳର ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଘଟିବ ବୋଲି ମାନ୍ୟବର ସାଂସଦ ଅନୁଷ୍ଠିତ ଭବ୍ୟ ସ୍ୱାଗତ ସଭାରେ କହିଥିଲେ । ଏହି ସଭାରେ ଜଳେଶ୍ୱର ନଗରପାଳ ପ୍ରତୀପ ପ୍ରଧାନ ,ବ୍ଲକ ଅଦକ୍ଷ ମାନସ କୁମାର ଜେନ, ଦକ୍ଷିଣ ପୂର୍ବ ରେଳ ଡିଭିଜନ ମ୍ୟାନେଜର ଶ୍ରୀ ଏମ .ଏସ ହାଶମି ,ରେଳବିଭାଗ ପୋଲିସ କମିଶନର କ୍ଷିତୀଶ ଗୌରବ ସୁରେବ.ସିନିୟର ଡିଭିଜନ କମାରଶିଆଲ ମ୍ୟାନେଜର ରାଜେଶ କୁମାର ଉପସ୍ଥିତ ଥିଲେ ।