Pratidin TV

Odisha's Digital News Platform

ମାଁ ତୁ ଜଲ୍‌ଦି ଆ , ଆମେ ଜଗା ପାଖକୁ ଯିବା …

1 min read

କଟକ : ଆଜକୁ ୬ ଦିନ ହେବ ମେଡିକାଲ ବେଡରେ ପଡି ମା କୁ ଖୋଜୁଛି ଦେବାଶିଷ । ଆଉ ରାତି ହେଲେ ବାଉଳେଇ ହେଉଛି.. ମାଁ ତୁ କୋଉଠି ଆସୁନୁ କାହିଁକି …ଜଲଦି ଆସେ .. ତୁ କହୁଥିଲୁ ପା ଆମେ ଜଗା ପାଖକୁ ଯିବା । କେତେବେଳେ ଯିବା ? ଏମିତି ମନକୁ ମନ କହି ବାଉଳେଇ ହେଉଛି କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ନାବାଳକ ଦେବାଶିଷ । ନିଦରୁ ଉଠି କଇଁ କଇଁ ହୋଇ କାନ୍ଧୁଛି ଆଉ ଖାଲି ମା କୁ ଖୋଜୁଛି । ଯିଏବି ତା କାନ୍ଦ ଦେଖିବ ତା ଆଖିରୁ ମଧ୍ୟ ଲୁହ ବାହାରିଆସିବ ।

ବାହାନଗା ଭୟଙ୍କର ରେଳ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଆହତ ମାନେ ବର୍ତ୍ତମାନ ବାଲେଶ୍ୱର , କଟକ ଏବଂ ଭୁବନେଶ୍ୱର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏସବୁ ଭିତରେ କଟକ ଏସସିବିରେ ଏବେ ମୋଟ ୧୪୨ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଭିତରୁ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଥିବା ୧୦ ବର୍ଷର ନାବାଳକ ଦେବାଶିଷ ଏବେ ମେଡିକାଲ ବେଡରେ ପଡ଼ି ପଡ଼ି ତା ମା କୁ ଝୁରୁଛି ।୧୦ ବର୍ଷର ନାବାଳକ ଦେବାଶିଷ ନିଜ ବାପା , ମା ଓ ବଡ ଭାଇଙ୍କ ସହ ପୁରୀ ବୁଲିବାକୁ କରମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ । ହେଲେ ସେଇ କାଳ ଶୁକ୍ରବାର ଶହ ଶହ ପରିବାର ଉପରେ ମାଢିଆଣିଥିଲା କଳା ବାଦଲ । ଯେଉଁଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଦେବାଶିଷ । ହେଲେ ସେଇ କାଳ ରାତ୍ରୀରେ ସବୁ କୁଆଡେ ଛିନଛତର ହୋଇ ଯାଇଥିଲେ । ମାଁ ଓ ଭାଇଙ୍କ ଠାରୁ ଅଲଗା ହୋଇଯାଇଥିଲେ ୧୦ ବର୍ଷର ଦେବାଶିଷ ।

Advertisement

ଦୁର୍ଘଟଣା ସମୟରେ ଦେବାଶିଷର ବଡ ଭାଇ ସୁଭାଶିଷ ନିଜେ ଆହତ ହୋଇ ମଧ୍ୟ ସାନ ଭାଇକୁ ସିନା ବଞ୍ଚାଇଦେଇଥିଲେ କିନ୍ତୁ ଆହତ ମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଥିବା ବେଳେ ଦୁଇ ଭାଇ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ବର୍ତ୍ତମାନ ଦେବାଶିଷ ଓ ତାଙ୍କ ବାପା କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମାଁ ଓ ବଡ ଭାଇ ସୁଭାଶିଷ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କୁନି ଶିଶୁଟି ନିଜ ମା ପାଖକୁ ନେଇଯିବାକୁ ନିବେଦନ କରିଛି ।

Leave a Reply

Your email address will not be published. Required fields are marked *