Pratidin TV

Odisha's Digital News Platform

(ଭିଡିଓ)ଡ୍ରୋନ ଦେଖାଇଲା ଟ୍ରେନ ଦୁର୍ଘଟଣାର ଛାତିଥାର ଦୃଶ୍ୟ

1 min read

ଭୁବନେଶ୍ୱର : ୨୦୨୩ର ପ୍ରଥମ ପ୍ରଳୟ । ଯାହାର ଭୟଙ୍କର ଚାତିଥାର । ଦୃଶ୍ୟ ଦେଖାଇଛି ଡ୍ରୋନ । ଯୁଆଡେ ଆଖି ପକାଇଲେ କୁଢା କୁଢା ଶବ । କିଏ ବାପା ବପା କରି ରଡି ଛାଡୁଛି ତ କିଏ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପାଗଳ ପରି ଖୋଜୁଛି । ପୁଣି କଅଁଳ ଶିଶୁର ବିକଳ କାନ୍ଦ ଯିଏ ନିଜ ପରିବାରକୁ ହରାଇ ଟ୍ରାକ ଉପରେ ଏକୁଟିଆ ଛିଡା ହୋଇ ନିଜର ଲୋକଙ୍କୁ ଅପେକ୍ଷା କରିଛି । ବାଲେଶ୍ୱର ବାହନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଥରାଇଥିଲା ସାରା ଭାରତର ଛାତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ୩ ଟି ଟ୍ରେନର ବଗି ରେଳ ଧାରାଣାରୁ ଛିନଛତର ହୋଇ ପଡିଥିଲା ।

ସୂଚନାଯୋଗ୍ୟ ଯେ ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଉଭୟ ଏକ୍ସପ୍ରେସର ୧୭ ବଗି ଓଲଟି ପଡ଼ିଥିଲା । ଯାହାର ପରବର୍ତ୍ତୀ ଦୃଶ୍ୟ ଦେଖିଲେ ଛାତି ଥରିଉଠିବ । ଟ୍ରେନ ବଗି ସିନ ଓଲଟିଥିଲା କିନ୍ତୁ ତା ସହ ହଜାର ହଜାର ଯାତ୍ରୀଙ୍କ ଆତଚିତ୍କାର ଶୁଣାଇ ଦେଇଥିଲା । ମାତ୍ର କିଛି ମିନିଟ୍‌ରେ ହସଖୁସିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର କୁଢ କୁଢ ଶବ ଟ୍ରାକ ଉପରେ ବିଛାଡି ହୋଇପଡେିଥିଲା । କାହାର ହାତ ତ କାହାର ଗୋଡ ପୁଣି କାହାର ଅର୍ଦ୍ଧ ଶରୀର ବିଚଳିତ କରିଦେଇଚି ସାରା ଭାରତବାସୀଙ୍କୁ ।
ଦୀର୍ଘ ୧୮ ଘଣ୍ଟା ପରେ ଏବେବି ଚାଲିଛି ଉଦ୍ଧାର କାର୍ଯ୍ୟ । ଏବେବି ଓଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆର୍ମି ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟକୁ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୮୦ ଜଣ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଆହାତଙ୍କ ସଂଖ୍ୟା ୯୦୦ ରେ ପହଞ୍ଚିଛି ।

Advertisement

ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରଥମେ ଉଦ୍ଧାର କାର୍ଯ୍ୟ ସମେତ ଗୁରୁତରଙ୍କୁ ଚିକିତ୍ସା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି। ଏହାପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ଖୋଜାଯିବ ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣାର ମୃତକଙ୍କ ପ୍ରତି ସମବେଦନା ଜଣାଇବାକୁ ଆଜି ଓଡ଼ିଶା ଓ ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଉଛି। ଏହା ସହ ଯାତାଶୀଘ୍ର ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣା ସ୍ଥଳକୁ ଯଥା ସମ୍ବବ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିବେ ।

Leave a Reply

Your email address will not be published. Required fields are marked *