Pratidin TV

Odisha's Digital News Platform

କଟକ ବାସୀଙ୍କ ପାଇଁ ଖୁସିଖବର: ଜିଲ୍ଲାପାଳ ଦେଲେ ସୂଚନା

1 min read

ଭୁବନେଶ୍ୱର: କଟକ ବାସୀଙ୍କ ପାଇଁ ଖୁସିଖବର । ଏଣିକି ପୁଣି ଥରେ ଆୟୋଜନ ହେବ ବାଲିଯାତ୍ରା । କୋଭିଡ୍ କାରଣରୁ ବିଗତ ଦୁଇ ବର୍ଷ ଧରି ବାଲିଯାତ୍ରାର ଆୟୋଜନ ବନ୍ଦ ରହିଛି । ଚଳିତ ବର୍ଷ ପୁଣି ଥରେ ଆୟୋଜିତ ହେବ ବାଲିଯାତ୍ରା । ଚଳିତ ବର୍ଷ ପୁନର୍ବାର ବାଲିଯାତ୍ରା ଆୟେଜିତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ଦେଶରେ କରୋନା ସଂକ୍ରମଣ କମି ସାରିଥିବା ବେଳେ ରାଜ୍ୟରେ ମଧ୍ୟ ସ୍ଥିତି ସ୍ୱାଭାବିକ ରହିଛି । ଏପରି ପରସ୍ଥିତିରେ ବାଲିଯାତ୍ରା ଆୟୋଜନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଚୟନୀ ।

Advertisement

Leave a Reply

Your email address will not be published. Required fields are marked *