କନ୍ୟାଘରେ ପହଞ୍ଚିଲେ ଯୌତୁକ ବିବାଦୀୟ ବର , ବୁଝିଲେ ଭୁଲ୍ ମାଗିଲେ କ୍ଷମା ….
1 min readବାଲିଗୁଡା : ବିବାହର ୨ ଦିନରେ ଯୌତୁକ ପାଇଁ ଶାଶୂଘର ଛାଡିଥିଲେ ନବବିହାତିତା ଦେବକୀ । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଖେଳିଯାଇଥିଲା । ଘଟଣାଟି ଏମିତି ଥିଲା କି ବିବାହର ୨ ଦିନ ପରେ ଯୌତୁକରେ ବର ମୋଟରସାଇକେଲ ମାଗି ଥିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା,ଚୁଡି ଖୋଲି ଦେଇ ବାପା ଘରକୁ ଫେରି ଯାଇଥିଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ନବ ବିବାହିତା କନ୍ୟା ଦେବକୀ । ଏହି ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।
ଘଟଣା ପ୍ରକାରେ ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଅଞ୍ଚଳ ର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲା । ହେଲେ ଦଶ ତାରିଖ ଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ଏକ ମୋଟରସାଇକେଲ ଦେବାକୁ ବର ଦାବି କରିଥିଲା କନ୍ୟା ପକ୍ଷଙ୍କ ନିକଟରେ । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ୟରେ ମଙ୍ଗଳସୂତ୍ର ସହ ଶଙ୍ଖା,ବୁଡି ଖୋଲି ଦେଇ ବାପା ଘରକୁ ଚାଲି ଯାଇଥିବା ଜଣାପଡ଼ିଥିଲା ।
ଦୁର୍ଗମ ଅଞ୍ଚଳରେ ବସବାସ କରୁôଥବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ସବୁଆଡେ ଚର୍ଚ୍ଚିତ। ଅନ୍ୟପଟେ ବର ଘର ଲୋକେ ଯୌତୁକରେ ମୋଟରସାଇକେଲ ମାଗିବା ଘଟଣା ଭୁଲ ବୋଲି କହୁଥିବା ବେଳେ ବର ଅର୍ଜୁନ ଦିଗାଳ ଅନୁତାପ କରି ନିଜ ଭୁଲ ସ୍ୱୀକାରକରି ନବ ବଧୂ ଦେବକୀ ଦିଗାଳଙ୍କୁ କ୍ଷମା ମାଗିବା ସହ ଶାଶୁ ଶଶୁରଙ୍କୁ ମଧ୍ୟ କ୍ଷମା ମାଗିଥିଲେ । ସେପଟେ ଅର୍ଜୁନ ଦିଗାଳଙ୍କୁ ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଜୀବନ ସାଥି ଭାବେ ହାତ ଧରିଥିବାରୁ ନବ ଦମ୍ପତି ଦେବକୀ ଦିଗାଳ ପୁନର୍ବାର ତାର ହାତ ଧରି ସଂସାରରେ ଆଗକୁ ବଢ଼ିବାକୁ ଚାଁହୁ ଥିବା କହି ଛନ୍ତି । ଯୌତୁକ ପ୍ରଥା ପ୍ରତି ଥିବା ଭୁଲ ଚିନ୍ତାଧାରାକୁ ବଦଳାଇ ଦେବକୀ ପୁଣି ଥରେ ଅର୍ଜୁନଙ୍କ ସହ ସୁଖରେ ସଂସାର କରିବାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।