ମା ସାଉନ୍ତେଶ୍ୱରୀଙ୍କ ପାଖରେ ବଳି ପଡିଲେ ହୁଏ ମାନସିକ ପୂରଣ…..
1 min readବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ସାଆନ୍ତପୁରର ଅଧିଷ୍ଠାତ୍ରୀ ଦେବୀ ମା ସାଉନ୍ତେଶ୍ୱରୀଙ୍କ ଵଏଲ ଯାତ୍ରା ସମ୍ପନ୍ନ ହେlଇଛି ଏହି ଯାତ୍ରା ପୁଅ ଜୀଉଁତିଆରୁ ଭାଇ ଜୀଉଁତିଆ ପର୍ଯ୍ୟନ୍ତ ମାଙ୍କ ପୀଠରେ ହୋଇ ଥାଏ ଷୋହଳ ପୂଜା ଅନୁଷ୍ଠିତ l ଆଜି ସଂଧ୍ୟାରେ ମା ସାଉନ୍ତେଶ୍ୱରି ଙ୍କ ମୁଖ୍ୟ ପୂଜକ ମାଣିକ ଥନାପତିଙ୍କ ଶରୀରରେ ସବାର ହୋଇଥିଲେ I
ମା ସାଉନ୍ତେଶ୍ୱରି ପ୍ରଥମେ ମନ୍ଦିର ପରିସରରେ ଥିବା ଶିବ ମନ୍ଦିର ଓ ଭୈରବୀଙ୍କ ମନ୍ଦିରକୁ ଯିବା ପରେ ଗାଁ ଭିତରେ ହେଉଥିବା ଦୁର୍ଗା ପୁଜା ମଣ୍ଡପକୁ ବାଜା ଗଜା ସହ ଯାଇ ଗ୍ରାମ ରେ ପରିକ୍ରମା କରିଥିଲେ I ସାଆନ୍ତପୁର, ଶିକାବହେଙ୍ଗା, ଖମାରମୁଣ୍ଡା, ଆଦି ଆଖ ପାଖ ୨୦ରୁ ଅଧିକ ଗ୍ରାମରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମବେଶ ଦେଖିବାକୁ ମିଳିଥିଲା ମା ସାଉନ୍ତେଶ୍ୱରିଙ୍କ ଦର୍ଶନ ସହ ଆଶୀର୍ବାଦ ନେଉଥିଲେ ଶ୍ରଦ୍ଧାଳୁ l ଏହି ପୀଠରେ ଆଖ ପାଖ ଗ୍ରାମର ଲୋକେ ମାନସିକ କରିଥିବା ଶ୍ରଦ୍ଧାଳୁ ମାନେ ମାନସିକ ପୂରଣ ହେଲେ ମା ଙ୍କ ପାଖରେ ଦେଇଥାନ୍ତି ବୋଦ ବଳି ଆଜି ମଧ୍ୟ ବଳି ପଡ଼ିଥିବା ଦେଖିବାକୁ ମିଳିଛି I
ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ଯିଏ ଯାହା ମନାସିଲା ଏହି ମା ଙ୍କ ପାଖରେ ତାହା ପୁରଣ ହୁଏ ବୋଲି ପ୍ରତିକ୍ରିୟା ରଖିଛନ୍ତି ଏହି ଯାତ୍ରାର ପରମ୍ପରା ପୂର୍ବ ପୁରୁସରୁ ଚାଲି ଆସିଥିବା ସୁଚନା ଦେଇଛନ୍ତି ପୂଜକ I ସବୁ ଆଡେ ନବରାତ୍ରି ପୂଜା ହେଉଥିବା ବେଳେ ମା ସାଉନ୍ତେଶ୍ୱରିଙ୍କ ପୀଠରେ ଶୋହଳ ପୂଜା ହେଉଥିବା ଦେଖିବାକୁ ମିଳିଛି I ଏହି ମନ୍ଦିରରେ ଅନେକ ପୂଜକ ଓ ସେବାୟତ,ଗ୍ରାମ ବାସୀ ମାନେ ସୋହୋଜଗ କରିଥିବା ଦେଖିବାକୁ ମିଳିଛି l