Pratidin TV

Odisha's Digital News Platform

ମନୋଜଙ୍କ ଉପରୁ ଉଠିଲା ବ୍ୟାନ, ସହମତ ନଥିଲା ବୋଲି କହିଛି ପ୍ରଡ୍ୟୁସର ଗିଲ୍ଡ ଆସୋସିଏସନ…

1 min read

ଓଡିଆ ପିଲ୍ମ ଜଗତ ଦୁଇ ଭାଗ ହେବାକୁ ନେଇ ଆସୁଛି ନୂଆ ନୂଆ ଖବର । ମନୋଜ ମିଶ୍ରଙ୍କ ଫିଲ୍ମ ମାଇଣ୍ଡ ଗେମ ଏବଂ ଅରିନ୍ଦମଙ୍କ ପିଲ୍ମ ରାମକୁ ନେଇ ଦେଖାଦେଇଥିଲା ଅସନ୍ତୋଷ । ପଶ୍ଚିମ ଓଡିଶାରେ ପିଲ୍ମ ରାମକୁ ନ ଚଲାଇଦେବା ପାଇଁ ଷଡଯନ୍ତ୍ର କରାଯାଇଥିଲା ବୋଲି କିଛି ପ୍ରଡ୍ୟୁସର ପ୍ରକାଶ କରିଥିଲେ । ଯେଉଁଥିପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ଦାୟୀ କରି ତାଙ୍କୁ ୨ ବର୍ଷ ଯାଏ ବ୍ୟାନ କରାଯାଇଥିଲା । କିନ୍ତୁ ଏହାକୁ ନେଇ ସମ୍ବଲପୁରରେ କିଛି ଯୁବ ଗୋଷ୍ଠି ଓଡଆ ଫିଲ୍ମକୁ ବ୍ୟାନ କରିଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ ଏହି ଘଟଣା ରାଜନିତୀର ମୋଡ ନେଇଥିଲା । ହେଲେ ବର୍ତ୍ତମାନ ଓଡିଆ ଫିଲ୍ମ ପ୍ରଡ୍ୟୁସର ଗିଲ୍ଡ ଆସୋସିଏସନ ପକ୍ଷରୁ ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ ହଟାଯାଇଛି । ଅର୍ଥାତ ମନୋଜ ମିଶ୍ରଙ୍କୁ ବୟକଟ କରାଯାଇଥିବା ଘଟଣାରେ ପ୍ରଡ୍ୟୁସର ଗିଲ୍ଡ ଆସୋସିଏସନ ସହମତ ନୁହେଁ ବୋଲି ସଫା ସଫା କହିଛନ୍ତି । ଏବଂ ଏନେଇ ଅଭିନେତା ମନୋଜ ମିଶ୍ରଙ୍କୁ ଏକ ଲିଖିତ ଆକାରରେ ଜଣାଇ ଦିଆଯାଇଛି ବୋଲି ଆସୋସିଏସନ ପକ୍ଷରୁ ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *