Pratidin TV

Odisha's Digital News Platform

ଫିକା ପଡିବ ଦୀପାବଳୀ, ସମସ୍ତ ରାଜ୍ୟରେ ବାଣ ବିକ୍ରିି ଓ ଫୁଟାଇବା ଉପରେ କଟକଣା…

ଏଥର ଫିକା ପଡିବ ଦୀପାବଳି । ବାଣ ବିକ୍ରି ଏବଂ ଫୁଟାଇବା ଉପରେ ଲାଗିଲା କଟକଣା । କାରଣ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ହେତୁ ସିପ୍ରମକୋର୍ଟ ଏଭଳି ନିଷ୍ପତି ନେଇଛନ୍ତି । କୋର୍ଟ କହିଛନ୍ତି ଯେ ଆମେ କୈାଣସି ନୂଆ ଆଦେଶ ଦେଉନାହୁଁ । ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କୋର୍ଟ । କାରଣ ପରିବେଶ ବିଷୟରେ ଚିନ୍ତା କରିବା କେବଳ କୋର୍ଟର କାମ ନୁହେଁ କହିଛନ୍ତି ବୋଲି।

ନିକଟରେ ବିଷାକ୍ତ ବାୟୁ ବଳୟରେ କବଳିତ ହୋଇଛି ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ । ରାଜସ୍ଥାନର ଉଦୟପୁରରେ ବି ସମାନ ଅବସ୍ଥା । ସେଠାରେ ବି ବିଷାକ୍ତ ବାୟୁର ବଳୟରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ପରିସ୍ଥିତି ଏତେ ସାଂଘାତିକ ହୋଇଛି ଯେ ଲୋକମାନେ ଘରୁ ବାହାରିବା ପାଇଁ ବି କଷ୍ଟକର ହୋଇପଡିଛି । ସେଥିପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ଆଗାମୀ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ତେବେ ଏପରି ସ୍ଥିତିରେ ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଏହା ସମଗ୍ର ଦେଶ ପାଇଁ ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ରାଜ୍ୟ ସରକାରଙ୍କ ଦାୟିତ୍ । ବୋଲି କୋର୍ଟ କହିଛନ୍ତି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୟ କିଶନ କୌଲ କହିଛନ୍ତି, ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ସବୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ କେବଳ ଦିଲ୍ଲୀ ନୁହେଁ ସବୁ ରାଜ୍ୟ ଗୁଡିକରେ ଦୀପାବଳୀ ପାଇଁ କଟଲକଣା ଲାଗୁ କରାଯାଇଛି ବୋଲି ୍ରୁପ୍ରମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *