Pratidin TV

Odisha's Digital News Platform

ଉଦଘାଟନ ପୂର୍ବରୁ ବଦଳିଲା ବନ୍ଦେ ମେଟ୍ରୋର ନାମ …

1 min read

ବଦଳିଗଲା  ବନ୍ଦେ ମେଟ୍ରୋର  ନାମ  । ଆଜି ଦେଶକୁ ମିଳିଛି ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ । ଆଜି  ବନ୍ଦେ ମେଟ୍ରୋ ଟ୍ରେନ୍ ର ଉଦଘାଟନ ପୂର୍ବରୁ ବଦଳିଛି ନାମ।  ବନ୍ଦେ ମେଟ୍ରୋର  ନାମ ବଦଳି   ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ଯାହାର ସୂଚନା ରେଲଓ୍ବେ ପକ୍ଷରୁ  ଦିଆଯାଇଛି।

ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଚାଲୁଥିବା ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନକୁ ପତାକା ଉତ୍ତୋଳନ କରିବେ। ବିଶେଷକରି ଗୁଜରାଟର ଲୋକଙ୍କ ପାଇଁ ନାମୋ ଭରତ ରାପିଡ ରେଳ ଟ୍ରେନ ଏକ ବଡ ଉପହାର ଭାବରେ ବିବେଚନା କରାଯାଉଛି । ଏହି ଟ୍ରେନ ୫ ଘଣ୍ଟା ୪୫ ମିନିଟରେ ଭୁଜ-ଅହମ୍ମଦାବାଦ ମଧ୍ୟରେ ଦୂରତା ଅତିକ୍ରମ କରିପାରିବ। ଏହି ସମୟରେ ଯାତ୍ରୀଙ୍କ ଭଡା ୪୫୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଟ୍ରେନରେ ୧୨ଟି କୋଚ ରହିବ। ୧୧୫୦ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ।

Advertisement

Leave a Reply

Your email address will not be published. Required fields are marked *