Pratidin TV

Odisha's Digital News Platform

ପ୍ରେମ ପାଇଁ ବର୍ଡର ପାର ; ସ୍ୱାମୀଙ୍କ ସନ୍ଧାନରେ ବାଲଂଦେଶରୁ- ବାଲେଶ୍ୱର ଆସିଲେ ମରିୟମ୍ ରୁମା ….

ଜଳେଶ୍ୱର ; କୁହନ୍ତି ପ୍ରେମରେ ଯିଏ ଅନ୍ଧ ହୁଏ ତାକୁ ବାଡ ବତା ଦିଶେନା ଆଉ ସତରେ ଏମିତି ଏକ ପ୍ରେମ ପାଇଁ ବାଙ୍ଗଲାଦେଶୀ ଝିଅ ଏବେ ବାଲେଶ୍ବରରେ ଧାରଣ ଦେଇଛନ୍ତି । କଣ କଥାଟା ଆଶ୍ଚର୍ଯ୍ୟ ଲାଗୁଛି କି ବାଙ୍ଗଲାଦେଶରୁ ପୁଣି ବାଲେଶ୍ୱର ।
ପ୍ରେମ ନୁହଁ ବରଂ ସ୍ୱାମୀକୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଛନ୍ତି ବାଙ୍ଗଲାଦେଶର ରୁମା ମିରିୟମ୍ । ତାଙ୍କର ଗୋଟିଏ ଜିଦ୍ ମୁଁ ମୋ ସ୍ୱାମୀ ଙ୍କ ପାଖରେ ରହିବି । ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳରେ ରୁମାଙ୍କ ଘର। ବିବାହ ପରେ ତାଙ୍କୁ ସ୍ୱାମୀ ଛାଡି ଚାଲି ଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ତେବେ ବାଙ୍ଗଲାଦେଶ ଯୁବତୀ ମାରିୟମଙ୍କ ଅଭିଯୋଗ ଅନୁଯାୟୀ ଫେସବୁକରୁ ହେଲା ପ୍ରେମ, ସେହି ପ୍ରେମ ଏବେ ନିବିଡ ହେଲା ଯେ ଦେଶ ପାରି ହୋଇ ବାଙ୍ଗଲାଦେଶରେ ମାରିୟମଙ୍କୁ ମୁସଲିମ୍ ରୀତିନୀତିରେ ବିବାହ କରିଥିଲେ ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ବୁଧାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜ । ବାଙ୍ଗଲାଦେଶର ଏକ ମସଜିଦରେ ବିବାହ ପରେ ଏକାଠି ରହିଲେ । ଆଉ ମଝିରେ ମଝିରେ ନିଜ ଦେଶ ଭାରତକୁ ଫେରିଆସେ ପୁଣି ବାଙ୍ଗଲାଦେଶ ଯାଆନ୍ତି । କିନ୍ତୁ ଦୀର୍ଘ ଗୋଟିଏ ବର୍ଷ ଧରି ବିରେନ୍ଦ୍ର ସେଠାକୁ ନଯିବାରୁ ମାରିୟମଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଅନେକ ଖୋଜ ଖବର ପରେ ମାରିୟମ ଜାଣିବାକୁ ପାଇଥିଲେ ଯେ ବିରେନ୍ଦ୍ର ପାଞ୍ଚ ମାସ ପୂର୍ବରୁ ଦ୍ବିତୀୟ ବିବାହ କରିଛନ୍ତି । ଖବର ପାଇଁ ମାରିୟମ ବୁଧ କୁସୁମୀ ଗ୍ରାମରେ ବିରେନ୍ଦ୍ର ପ୍ରତାପ ଭଂଜ ଙ୍କ ଘରେ ପହଞ୍ଚି ଛନ୍ତି। ହେଲେ ସେଠାରେ ବିରେନ୍ଦ୍ରଙ୍କ ଦେକା ନାହିଁ । ଦୀଘାରୁ କମର୍ଦା, ଆଉ କମର୍ଦା ବାଲେଶ୍ବର ଧାଉଁଛନ୍ତି ରୁମା । ତାଙ୍କ ସ୍ବାମୀ ବିରେନ୍ଦ୍ର ପ୍ରତାପ ଧରାଛୁଆଁ ଦେଉ ନାହାଁନ୍ତି । ସେ ଦୀଘାର ପାଓାର ହାଉସରେ ଚାକିରି କରନ୍ତି ବୋଲି ମାରିୟମ କହିଛନ୍ତି । ଅତୀତ ଦିନର ସ୍ମୃତିକୁ ମୋବାଇଲରେ ସାଇତି ମାରିୟମ ରୁମା । ତାଙ୍କ ପ୍ରେମ ସତ, ସେ ତାଙ୍କ ସ୍ବାମୀକୁ ଫେରି ପାଇବେ , ଏହି ବିଶ୍ବାସ ନେଇ ସେ ବାଲେଶ୍ବରରେ ଡେରା ପକାଇଛନ୍ତି । ବାଙ୍ଗଲାଦେଶୀ ଯୁବତୀ ରୁମା ମ୍ୟାରିୟମଏଭଳି ଅଭିଯାଗ କରିବା ସହିତ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଭାଙ୍ଗି ପଡିଛନ୍ତି ବିରେନ୍ଦ୍ର ପ୍ରତାପ ଭଂଜ ପରିବାର ସଦସ୍ୟ କିନ୍ତୁ କଥାକୁ ଖଣ୍ଡନ କରିଛନ୍ତି ।

ବିରେନ୍ଦ୍ରଙ୍କ ପରିବାର ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବାଂଲା ଦେଶୀ ଯୁବତୀଙ୍କ ସହିତ ଦିଘାରେ ବିରେନ୍ଦ୍ର ପ୍ରତାପ ଭଂଜ କାମ କରୁଥିବା ବେଳେ ବଂଧୁ ର ସମ୍ପର୍କ ଗଡି ଉଠିଥିଲା ସେଇ ସମୟର କିଛି ଫଟୋ ରଖି ଯୁବତୀ ଜଣଙ୍କ ବିରେନ୍ଦ୍ରଙ୍କ ସ୍ତ୍ରୀ ହୋଇଥିବା ଦାବି କରିଛନ୍ତି । ଆଉ ଯୁବତୀ ଜଣଙ୍କ ଏସବୁ ଟଙ୍କା ପାଇଁ କରୁଛନ୍ତି ବୋଲି ବିରେନ୍ଦ୍ରଙ୍କ ପରିବାର କହିଛନ୍ତି । ଏପଟେ ବିରେନ୍ଦ୍ର ପ୍ରତାପ ଭଂଜ ୫ ମାସ ପୂର୍ବରୁ ବିବାହ କରିଥିବା ବେଳେ ଏଭଳି ଘଟଣା ଶୁଣି ଘର ଛାଡି ପଳାଇ ଯାଇଛନ୍ତି ସେ । ଜାହାପାଇଁ ପୁରା ପରିବାର ଚିନ୍ତାରେ ଅଛନ୍ତି।

Leave a Reply

Your email address will not be published. Required fields are marked *