Pratidin TV

Odisha's Digital News Platform

ବାଂଲାଦେଶ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ହେଉଛି ଭୟଙ୍କର..ସରକାର ଦେଲେ ‘ସୁଟ୍ ଅନ୍ ସାଇଟ୍’ ଅର୍ଡର

1 min read

ବଢୁଛି ବାଂଲାଦେଶରେ ଅଶାନ୍ତି | ବଙ୍ଗଳାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି | ଏହି ହିଂସାରେ ଗଲାଣି ଶହଶହ ଲୋକ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ହୋଇଛନ୍ତି ଆହତ | ତେବେ ଏହା ସତ୍ତ୍ୱେ ଏଠାରେ ହିଂସା କମିବାର ନାଁ ନେଉନାହିଁ | ସରକାରୀ କର୍ଫ୍ୟୁ ଲାଗୁ ହେବା ସହ ବର୍ତ୍ତମାନ ସାରା ଦେଶରେ ସରକାର ଦେଲେ ‘ସୁଟ୍ ଅନ୍ ସାଇଟ୍’ ନିର୍ଦ୍ଦେଶ ଦେଇଛନ୍ତି |

ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି । ସଂରକ୍ଷଣ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଓ ହଂସା କାରଣରୁ ଶତାଧିକ ଲୋକଙ୍କ ଜୀବନ ଯାଇଛି । ଆନ୍ଦୋଳନରତ ଛାତ୍ରଙ୍କ ଉପରକୁ ରବର ଗୁଳି ଓ ଲୁହ ବୁହା ଗ୍ୟାସ ମାଡ଼ କରୁଛନ୍ତି ସୁରକ୍ଷାକର୍ମୀ । ଦେଶରେ କର୍ଫ୍ୟୁ ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।

Advertisement

ସେପଟେ ସରକାରଙ୍କ ଦମନ ନୀତି ନାପସନ୍ଦ କରିଛନ୍ତି ବିକ୍ଷୋଭକାରୀ ଛାତ୍ରଛାତ୍ରୀ । ରାଜ ରାସ୍ତାରେ ହସିନା ସରକାରକୁ ବିରୋଧ କରିଛନ୍ତି । ଗୋ-ବ୍ୟାକ୍ ହସିନା ନାରା ଲାଗିଛି । ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ଫେରାଇ ନେବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଶୁକ୍ରବାର କେଲ୍ ଭିତରେ ପଶି ଆନ୍ଦୋଳନକାରୀମାନେ ଶହ ଶହ କଏଦୀମାନଙ୍କୁ ମୁକ୍ତ କରିଦେଇଥିଲେ । ଏହାସହିତ ଜେଲକୁ ନିଆଁ ଲଗାଇଥିବାର ସୂଚନା ରହିଛି । ବିକ୍ଷୋଭକାରୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ।

ଦେଶରେ ଘଟିଥିବା ହିଂସାକାଣ୍ଡ ଯୋଗୁ ମୃତ୍ୟୁ ସଂଖ୍ୟା ୧୧୫କୁ ବୃଦ୍ଧି ପାଇଛି । ଏନେଇ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିଦେଶ ଗସ୍ତ ବି ରଦ୍ଦ ହୋଇଛି । ଜୁଲାଇ ୨୧ରେ ସେ ସ୍ପେନ ଓ ବ୍ରାଜିଲ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା । ବାଂଲାଦେଶରେ ହିଂସା ଥମୁ ନ ଥିବା ବେଳେ ଇତି ମଧ୍ୟରେ ୯୭୮ ଭାରତୀୟ ଛାତ୍ର ସ୍ବଦେଶ ଫେରିଆସିଛନ୍ତି । ଢାକା ୟୁନିଭର୍ସିଟିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ଘୋଷଣା କରାଯାଇଛି । ବୁଧବାର ସୁଦ୍ଧା ହଷ୍ଟେଲ ଖାଲି ପାଇଁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *